Shree Mandir: ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା
ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ସ୍ବତନ୍ତ୍ର ବ୍ୟାରିକେଡ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ଏନେଇ ଓବିସିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ପାଢ଼ୀ କହିଛନ୍ତି । ଏଥିସହିତ ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ ବୋଲି ସେ କହିଛନ୍ତି ।
ASIର ରତ୍ନଭଣ୍ଡାର ମରାମତି ଉପରେ ପ୍ରତିକ୍ରିୟା ରଖି ମୁଖ୍ୟ ପ୍ରଶାସକ କହିଛନ୍ତି, NGRI ରିପୋର୍ଟ ଆଧାରରେ ଭଣ୍ଡାର ଘରର ମରାମତି କାମ ଚାଲିଛି। ଗତକାଲି ମହାସ୍ନାନ ନୀତି ହୋଇଥିବାରୁ ଆଜି ମରାମତି ପାଇଁ ଏଏସଆଇକୁ କମ୍ ସମୟ ମିଳିପାରେ । ଯେଉଁମାନେ ମରାମତି ସମୟରେ ଉପସ୍ଥିତ ଅଛନ୍ତି ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯାଇଛି । ଏଏସଆଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଖୁବଶୀଘ୍ର ଶେଷ କରିବ।
ସୂଚନା ଅନୁସାରେ, ଡିସେମ୍ବର ୧୭ରେ ଆରମ୍ଭ ହୋଇଥିଲା ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପ୍ରଥମେ ଭାରା ବନ୍ଧା ହେବା ପରେ ଆଗେ ଚୂନ ପ୍ଲାଷ୍ଟର ଛଡ଼ାଯିବ । ତାପରେ ଆରମ୍ଭ ହେବ ମରାମତି । ପୂର୍ବରୁ ସ୍ଥିରୀକୃତ ମାର୍ଗଦର୍ଶିକା ଅନୁସାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂରକ୍ଷଣ ଓ ମରାମତି ପାଇଁ ପ୍ରଥମ ଦିନରେ ୧୫ରୁ ୨୦ଜଣ ଶ୍ରମିକଙ୍କ ସହ ଭଣ୍ଡାର ଗୃହକୁ ପ୍ରବେଶ କରିଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାର ଟେକ୍ନିକାଲ ଟିମ୍ ।

ଯେହେତୁ ଏବେ ଠାକୁରଙ୍କ ପହିଲି ଭୋଗ ନୀତି ଚାଲିଛି, ତାକୁ ଆଖିରେ ରଖି ଭୋଗ ମଣ୍ଡପ ଉଠିବା ପରେ ଦୈନିକ ୫ରୁ ୬ ଘଣ୍ଟା ଯାଏଁ ମରାମିତି କାର୍ଯ୍ୟ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛି ଏଏସଆଇ । ସେପଟେମ୍ବର ୨୧ ଓ ୨୨ରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଏବଂ ରାଜ୍ୟ ସରକାରଙ୍କ ଏସଓପି ଆଧାରରେ ଚାଲିବ ରତ୍ନଭଣ୍ଡାର ମରାମତି ।ସେହିପରି ଆନନ୍ଦବଜାରରେ ଶୃଙ୍ଖଳା ପ୍ରସଙ୍ଗରେ ମଧ୍ୟ ମୁଖ୍ୟ ପ୍ରଶାସକଙ୍କ ପ୍ରତିକ୍ରିୟା ରଖି କହିଛନ୍ତି- ଏନେଇ ଏକ କମିଟି ଗଠନ ହୋଇଛି। ପୂର୍ବରୁ ଆନନ୍ଦବଜାରର ଶୃଙ୍ଖଳା ପାଇଁ ସେନା ନିବୃତ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ତେବେ ଆନନ୍ଦବଜାରରେ ଆହୁରି ଶୃଙ୍ଖଳା ଆସିବ ।












Click it and Unblock the Notifications