Shree Mandir: ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରିଛନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମଧ୍ୟ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନିତି ଆରମ୍ଭ ହୋଇଛି।
ସେପଟେ ଆଜିଠାରୁ ଶ୍ରୀକ୍ଷେତ୍ରରେ କିଛି ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। କିନ୍ତୁ ଆଶ୍ୱିନ ମାସ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। କିନ୍ତୁ ଶ୍ରୀ ମନ୍ଦିରରେ ଆଜିଠାରୁ କାର୍ତ୍ତିକ ନୀତି କାନ୍ତି ଆରମ୍ଭ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ସକାଳ ଦ୍ୱାରଫିଟା ନୀତି ସମ୍ପୂର୍ଣ୍ଣ ହୋଇ ଚାଲିଛି ଅନ୍ୟାନ୍ୟ ନୀତି ।

ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି। ଏହାପରେ ଭକ୍ତ ମାନେ ବେଶ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ତେବେ ଶ୍ରୀମନ୍ଦିର ସେବାୟତ ଓ ପୁରୀର କିଛି ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି।












Click it and Unblock the Notifications