Get Updates
Get notified of breaking news, exclusive insights, and must-see stories!

ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉଚ୍ଛେଦ ଯୋଗୁଁ ମେଘନାଦ ପାଚେରୀରେ ଫାଟ: ଆଇନ ମନ୍ତ୍ରୀ

ମେଘନାଦ ପାଚେରୀରେ ଥିବା ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଉଚ୍ଛେଦ ଯୋଗୁଁ ଏହି ଫାଟ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି । ଏ ନେଇ ଏଏସ୍ଆଇକୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ସ୍ଥାୟୀ ମରାମତି ପାଇଁ ଏଏସ୍ଆଇ ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟ ଗୁଡ଼ିକର ସ୍ଥାୟୀ ମରାମତି କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁ ପାଣି ଗଳୁଛି ତାକୁ ନେଇ ମଧ୍ୟ ଗୋଟିଏ କମ୍ପ୍ରେହେନସିଭ୍ ପ୍ଲାନ୍ ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର ସେସବୁର କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ସେପଟେ ମେଘନାଦ ପାଚେରୀର ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇ ପାଣି ଗଳିବା ଖବର ପ୍ରସାରଣ ପରେ ଆକ୍ସନ ମୁଡ୍କୁ ଆସିଥିଲା ଏଏସ୍ଆଇ । ଘଟଣାକୁ ଗୁରୁତ୍ବର ସହ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା ଏଏସ୍ଆଇ । ମେଘନାଦ ପାଚେରୀର ପୂର୍ବ, ପଶ୍ଚିମ ଓ ଉତ୍ତର କୋଣରୁ ପାଣି ଝରୁଛି । ଶ୍ରୀମନ୍ଦିର ଭିତରର ବିଭିନ୍ନ ସ୍ଥାନର ଦୁର୍ବଳ ଡ୍ରେନେଜ ବ୍ୟବସ୍ଥା, ହାତଧୂଆ ପାଣି ଓ ଏବଂ ପାଣି ପାଇପ୍କୁ ଶୀଘ୍ର ମରାମତି କରିବାକୁ ଏଏସ୍ଆଇ ମନ୍ଦିର ପ୍ରଶାସନକୁ କହିଥିଲା । ପ୍ରାଚୀନ କୀର୍ତ୍ତିରାଜି ମେଘନାଦ ପାଚେରୀର ସୁରକ୍ଷା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଥିଲା ।

prithviraj harichandan

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଥିବା ରାମଦୟା ପରିଷଦ ନିକଟ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି । ଆନନ୍ଦ ବଜାରର ହାତ ଧୁଆ ପାଣି ଡ୍ରେନ୍ରେ ନିଷ୍କାସିତ ହେବା ପରିବର୍ତ୍ତେ ମେଘନାଦ ପାଚେରୀରେ ଥିବା ଫାଟ ଦେଇ ନିଷ୍କାସିତ ହେଉଛି । ମେଘନାଦ ପାଚେରୀରେ ପାଣି ଲିକେଜ୍ କରି ଶିଉଳି ଲାଗି ଲାଗିଯାଇଛି ।

ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଣ୍ଟା ଭିଡ଼ିଛି ।

ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇ ସହ ସହଯୋଗ ରକ୍ଷାକରି ଶ୍ରୀମନ୍ଦିର ପ୍ରଶାସନର ୱାର୍କସ୍‌ ଡିପାର୍ଟମେଣ୍ଟ ତରଫରୁ ପ୍ରାରମ୍ଭିକ ପର୍ଯ୍ୟାୟରେ କାମ ଆରମ୍ଭ ହୋଇଛି।

ବର୍ତ୍ତମାନ ମେଘନାଦ ପାଚେରି ବିପଦରେ ରହିଥିବା କହିଲେ ଅତ୍ୟୁକ୍ତି ହେବନାହିଁ। ଅନେକ ବର୍ଷ ହେବ ପାଚେରିରେ ଫାଟ ସୃଷ୍ଟିହୋଇ ପାଣି ଗଳି ଶିଉଳି ସୃଷ୍ଟି ହୋଇଥିଲା।

ଶ୍ରୀମନ୍ଦିର ପ୍ରଶାସନ ଜାଣି ମଧ୍ୟ କାର୍ଯ୍ୟ ନ କରି ଅଣଦେଖା କରିଆସୁଥିଲା, ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ଦେଢ଼ବର୍ଷ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନକୁ ଏଏସ୍‌ଆଇ ପକ୍ଷରୁ ଆନନ୍ଦବଜାର ଡ୍ରେନେଜ୍‌ରେ ସୁଧାର ପାଇଁ ଅବଗତ କରାଯାଇଥିଲେ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+