ଶ୍ରୀମନ୍ଦିର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବାୟତ
ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ସାମ୍ବାଦିକାଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ସେବାୟତ। ସେବାୟତଙ୍କ ଆକ୍ରମଣରେ ଜଣେ ସାମ୍ବାଦିକା ଏବଂ ଜଣେ ଫଟୋଗ୍ରାଫର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।
ଅପରପକ୍ଷେ ଆକ୍ରମଣକୁ ବିରୋଧ କରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ଧାରଣା ଦେଇଛନ୍ତି।
ସୂଚନା ଅନୁସାରେ, ଏକ ଘରୋଇ ଗଣମାଧ୍ୟମର ଜିଲା ପ୍ରତିନିଧି ଲିନୁ ନାୟକ ଓ ଫଟୋ ଗ୍ରାଫର ଶିବ ପଲେଇ ସେବାୟତଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।

ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଧାଡ଼ି ଲାଗିଥିବାବେଳେ କିଛି ସେବାୟତ ଟଙ୍କା ନେଇ ଘଳିଆ ବାଟଦେଇ ଭିତରକୁ ନେଉଥିଲେ। ସାମ୍ବାଦିକମାନେ ଏହାର ଦୃଶ୍ୟ ଉତ୍ତୋଳନ କରିବାବେଳେ କିଛି ସେବାୟତ ମିଳିତ ଭାବେ ଆକ୍ରମଣ କରିଥିବା ଜଣାପଡ଼ିଛି।












Click it and Unblock the Notifications