ଜଗା ପ୍ରେମରେ ଝୁମିବେ ଲୋକେ; ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ

ଭୁବନେଶ୍ୱର: ଜାନୁଆରି ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ହେବ । ଆଉ ଏହି ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ । ଗାଁ ଗହଳିରେ ଶ୍ରୀଜଗନ୍ନାଥ ରଥ ବୁଲାଇବା ସହ ଲୋକଙ୍କୁ ଭଜନ-କୀର୍ତ୍ତନରେ ମତୁଆଲା କରି ଘରକୁ ଘର ଯାଇ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରାଯିବ । ଜଗନ୍ନାଥ ସଂସ୍କୃତିର ପ୍ରସାର ପାଇଁ ୧୫୬ କୋଟି ମଞ୍ଜୁର ହୋଇଛି।

'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ଏହି ଟଙ୍କା ଖର୍ଚ୍ଚ ହେବ । ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଅର୍ଥରାଶି ପରିମାଣକୁ ମଧ୍ୟ ଆଉ ୨୦୦କୋଟି ଟଙ୍କା ବଢ଼ାଇ ୪୨୦୦କୋଟି ଟଙ୍କା କରିଛନ୍ତି । ପ୍ରତି ପଞ୍ଚାୟତରେ LED ସ୍କ୍ରିନରେ ସିଧାପ୍ରସାରଣ ହେବ । ପରିକ୍ରମା ଉତ୍ସବ ଉପଲକ୍ଷେ ପ୍ରତି ପଞ୍ଚାୟତରେ ବୁଲିବ ଜଗନ୍ନାଥ ରଥ ।

ପ୍ରତି ଘରୁ ଅରୁଆ ଚାଉଳ ସଂଗ୍ରହ କରି ପଞ୍ଚାୟତରେ ରଖାଯିବ। ପଞ୍ଚାୟତରୁ ବ୍ଲକ୍‌କୁ ନେଇ ସେଠାରୁ ଚାଉଳ ପୁରୀକୁ ପଠାଯିବ । ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ସୂଚନା ଦେଇଛନ୍ତି । ପଞ୍ଚାୟତ ସ୍ତରରେ ଜନସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ।

Jagannathtemple

ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାତରେ ମାତ୍ର ଆଉ ଖୁବ୍ କମ୍ ଦିନ ଥିବାରୁ ତେବେ ଶ୍ରୀମନ୍ଦିର ଚାରିଦ୍ବାରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ୟ ଜୋରସୋରରେ ଆଗେଇ ଚାଲିଛି ।

ପରିକ୍ରମା ପ୍ରକଳ୍ପରେ ଯୋଗଦାନ ଓ ଶୁଭ ଉଦଘାଟନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ଶ୍ରୀମନ୍ଦିର ସେବାୟତ ପ୍ରତିନିଧି ଦଳ । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗୋଟିଏ ଗୁଆ ଓ ମୁଠାଏ ଚାଉଳ ଦେଇ ନିଜର ସମ୍ମତି ପ୍ରଦାନ କରିଛନ୍ତି ।

ଆସନ୍ତା ଜାନୁଆରୀ ୧୭ ତାରିଖରେ ଭବ୍ୟ ଲୋକାର୍ପଣ ଉତ୍ସବ । ଏଥିପାଇଁ ପାଇଁ ଆଜି ପବିତ୍ର ମାର୍ଗଶିର ପୂର୍ଣ୍ଣିମାରେ ଶୁଭାରମ୍ଭ ହୋଇଛି ପରିକ୍ରମା ନିମନ୍ତ୍ରଣ । ଦେଶର ବିଭିନ୍ନ ଦେବପୀଠ ଓ ଧର୍ମଗୁରୁମାନଙ୍କୁ ନିମନ୍ତ୍ରଣ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+