ଶ୍ରୀମନ୍ଦିର ଭିତରେ ୨ ସେବାୟତ ଗଣ୍ଡଗୋଳ ଘଟଣା; ବାନା ବାନ୍ଧିଲେନି ଚୁନରା ସେବାୟତ

ଶ୍ରୀମନ୍ଦିର ଭିତରେ ୨ ସେବାୟତ ଗଣ୍ଡଗୋଳ ଘଟଣା । ବାନା ବିକ୍ରିକୁ ନେଇ ଉଭୟଙ୍କ ଭିତରେ ମାର୍‌ପିଟ୍‌ ହୋଇଛି । ଆଉ ସେଥିପାଇଁ ଶ୍ରୀମନ୍ଦିରର ନୀଳଚକ୍ରରେ ବନ୍ଧା ହୋଇପାରିନି ବାନା । ସେପଟେ ସିଂହଦ୍ୱାର ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ହୋଇଛି ।

ମହାପ୍ରଭୁଙ୍କ ସେବକ ହୋଇ ଏପରି କାର୍ଯ୍ୟ କରିବାକୁ ନେଇ ଅନେକ ବୁଦ୍ଧିଜୀବି ନିନ୍ଦା କରିଛନ୍ତି । ସେପଟେ ମାରପିଟ୍ ରେ ଚୁନରା ସେବାୟତଙ୍କ ଚେନ୍ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସିଂହଦ୍ୱାର ଥାନାରେ ଉଭୟ ସେବାୟତଙ୍କ ପକ୍ଷରୁ ଏତଲା ଦିଆଯାଇଛି ।

Shree mandir

ଆଜି ଅପରାହ୍ନରେ ଶ୍ରୀଜଗନ୍ନାଥଙ୍କ ସମ୍ମୁଖ ନାଟ ମଣ୍ଡପ ଓ ଗରୁଡ଼ ସ୍ତମ୍ଭର ମଝିରେ ମେକାପ ସେବାୟତ ସୋମନାଥ ମେକାପ ବାନା ବିକୁ ଥିବା ଅଭିଯୋଗ ହୋଇଥିଲା । ବାନା ବିକ୍ରିକୁ ନେଇ ମେକାପ ଓ ଚୁନରା ସେବକଙ୍କ ଗଣ୍ଡଗୋଳ ହୋଇଥିଲା ।

ସୂଚନା ଅନୁସାରେ ମହାପ୍ରଭୁଙ୍କ ନୀଳଚକ୍ର ବାନାକୁ ବିକ୍ରି ନେଇ ଚୁନେରା ସେବାୟତ ଓ ଖୁଣ୍ଟିଆ ସେବାୟତର ଦୁଇ ଜଣଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଏହି ଘଟଣା ପରେ ଉଭୟ ସେବାୟତଙ୍କ ମଧ୍ୟରୁ ସିଂହଦ୍ବାର ଥାନାରେ ଅଭିଯୋଗ ହୋଇଛି ।

ତେବେ ନୀଳଚକ୍ର ବାନା କିଏ ବିକ୍ରି କରିପାରିବେ‌ ସେ ନେଇ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ମନ୍ଦିର ସେବାୟତମାନେ ଏହି ଘଟଣାକୁ ଗୁରୁତ୍ବର ସହିତ ନନେଲେ ନୀତିକାନ୍ତିରେ ବିଭ୍ରାଟ ହେବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନେ ନୀଳଚକ୍ର ପାଇଁ ବାନା ଅର୍ପଣ କରିଥାନ୍ତି। ସେହିପରି ଓଲାଗି ବାନାଗୁଡ଼ିକ ଚୁନେରା ସେବାୟତମାନେ ଭକ୍ତମାନଙ୍କୁ ବାନା ବିକ୍ରି କରିଥାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+