ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି; ଅଣହିନ୍ଦୁଙ୍କ ଜଗିବେ ସେବାୟତ, ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ

ଏଥର ସିଂହଦ୍ୱାର ଜଗିବେ ପ୍ରତିହାରୀ ସେବାୟତ । ଓଡ଼ିଆ ନବବର୍ଷ ତଥା ପଣାସଂକ୍ରାନ୍ତି ଠାରୁ ସକାଳେ ଓ ସନ୍ଧ୍ୟାରେ ଦୁଇ ଜଣ ପ୍ରତିହାରୀ ସେବାୟତଙ୍କୁ ସିଂହଦ୍ୱାରରେ ମୁତୟନ କରାଯିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା ପରେ ପ୍ରତିକ୍ରିୟା ଦେଇଛନ୍ତି ପ୍ରତିହାରୀ ନିଯୋଗ ସମ୍ପାଦକ ରାମନାରାୟଣ ଗୋଛିକାର ।

ରେକର୍ଡ ଅଫ ରାଇଟସ୍ ଅନୁଯାୟୀ ପୂର୍ବରୁ ପ୍ରତିହାରୀ ସେବାୟତ ମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ମୁତୟନ ରହୁଥିବା ବେଳେ ଏବେ କିଛି ଦିନ ହେଲା ସେ ବ୍ୟବସ୍ଥା ବନ୍ଦ ରହିଛି । ତେବେ ପୂନର୍ବାର ପ୍ରତିହାରୀ ସେବାୟତ ମାନେ ସିଂହଦ୍ୱାର ଖୋଲିବା ସମୟରେ ଓ ସନ୍ଧ୍ୟା ଧୂପ ପରେ ସେଠାରେ ମୁତୟନ ରହିବେ ବୋଲି ନିଯୋଗର ସମ୍ପାଦକ କହିଛନ୍ତି ।

ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ପ୍ରୟାସ ଆରମ୍ଭ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ୪ ଦ୍ୱାରରେ ପ୍ରତିହାରୀ ସେବାୟତଙ୍କୁ ନିୟୋଜିତ କରାଯିବା ବୋଲି ନିଷ୍ପତି ହୋଇଛି ।

Shree mandir issue

ସୂଚନା ଅନୁସାରେ ଗତ ମାର୍ଚ୍ଚ ମାସରେ ସୁରକ୍ଷାବଳୟ ଭାଙ୍ଗି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଶ୍ରୀମନ୍ଦିର ଭିତରେ ଅବାଧରେ ପ୍ରବେଶ କରିଥିଲେ । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ସିଂହଦ୍ୱାର ଥାନାରେ ଜିମା ଦେଇଥିଲେ । ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କ ଅବହେଳା ଯୋଗୁଁ ଏଭଳି ବାରମ୍ବାର ଶ୍ରୀମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଥିବା ଅଭିଯୋଗ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+