ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ଦର୍ଶନ: ଏମିତି ହେବ ଦର୍ଶନ ବ୍ୟବସ୍ଥା

ଶୃଙ୍ଖଳିତ ହେବ ମହାପ୍ରଭୁଙ୍କ ଦର୍ଶନ । ବ୍ୟବସ୍ଥିତ ହେବ ଶ୍ରୀମନ୍ଦିର ଭିତର ଦର୍ଶନ । ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତଙ୍କ ପାଇଁ ହେବ ଧାଡ଼ି ବ୍ୟବସ୍ଥା ।

ବରିଷ୍ଠ ନାଗରିକ ଏବଂ ଦିବ୍ୟଙ୍ଗ ଓ ମହିଳା ଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ । ଏହାକୁ କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ ।

କାର୍ତ୍ତିକ ମାସ ପରେ ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା ହେବ । ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ । ଏନେଇ ଛତିଶା ନିଯୋଗ ସହ ଆଲୋଚନା ହୋଇ ସକରାତ୍ମକ ମନ୍ତବ୍ୟ ଆସିଛି ।

shree mandir
  • - ବାହାର କାଠରେ ଧାଡ଼ି ଦର୍ଶନ ବ୍ୟବସ୍ଥା
  • - ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା
  • - ଭକ୍ତମାନେ ଧାଡ଼ି ବ୍ୟବସ୍ଥାରେ ସାତପାହାଚ ଦେଇ କରିବେ ପ୍ରବେଶ
  • - ଦର୍ଶନ ସାରି ଘଣ୍ଟି ଦ୍ଵାର ଦେଇ ବାହାରିବେ
  • - ପୁରୁଷମାନଙ୍କ ପାଇଁ ୩ଟି ଧାଡ଼ି
  • - ବୟସ୍କ, ମହିଳା, ଶିଶୁ, ଦିବ୍ୟାଙ୍ଗଙ୍କ ପାଇଁ ଅନ୍ୟ ୩ଟି ଧାଡ଼ି
  • - ବାହାର କାଠ ପାଖରେ ରହିବ ଉଚ୍ଚ କାଠ ରାମ୍ପ
  • - କାଠ ରାମ୍ପ ଉପରୁ କରିବେ ଦର୍ଶନ
  • - ମାର୍ଗଶୀର ମାସରୁ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା
  • - ପ୍ରଥମେ ତିନୋଟି ଧାଡ଼ି ଭକ୍ତ ଦର୍ଶନ କରିବେ
  • - ପରେ ଅନ୍ୟ ତିନୋଟି ଧାଡ଼ିର ଭକ୍ତ କରିବେ ଦର୍ଶନ
  • - ଭକ୍ତଙ୍କ ପାଇଁ କରାଯିବ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା

ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ହବିଷ୍ୟାଳି ଓ ଶ୍ରଦ୍ଧାଳୁ ମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରିଛନ୍ତି। ଆଶ୍ୱୀନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମଧ୍ୟ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନିତି ଆରମ୍ଭ ହୋଇଛି ।
ଅବକାଶ ନୀତି ବଢିବା ପରେ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଛି। ଏହାପରେ ଭକ୍ତ ମାନେ ବେଶ ଦର୍ଶନ କରିବାର ସୁଯୋଗ ପାଉଛନ୍ତି। କାର୍ତ୍ତିକ ବ୍ରତ କରିଥିବା ବ୍ରତଧାରୀମାନେ ବ୍ରତ ପାଳନ କରିବା ସହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରାଧାଦାମୋଦର ବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ତେବେ ଶ୍ରୀମନ୍ଦିର ସେବାୟତ ଓ ପୁରୀର କିଛି ମହିଳାମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+