ରାଜ୍ୟ ପାଇଁ ଶୁଭ ସଙ୍କେତ: ପତିତପାବନ ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି

ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ସୋମବାର ପୂର୍ବାହ୍ଣରେ ଶୂନ୍ୟଗଣ୍ଠି ପଡ଼ିଥିବା ଦେଖିବାକୁ ମିଳିଛି । ନୀଳଚକ୍ରରେ ଲାଗିଥିବା ବାନାଗୁଡ଼ିକ ଉଡ଼ିବା ସମୟରେ ଆପେ ଆପେ ପରସ୍ପର ମଧ୍ୟରେ ଗଣ୍ଠି ପଡ଼ିଲେ ତାହାକୁ ଶୂନ୍ୟଗଣ୍ଠି କୁହାଯାଇଥାଏ। ଯାହା ପ୍ରାୟ ଦେଖିବାକୁ ମିଳେନି ।

ପ୍ରତ୍ୟେକ ଦିନ ପରି ରବିବାର ଅପରାହ୍ଣରେ ଚୂନରା ସେବାୟତ ଶ୍ରୀମନ୍ଦିର ଉପରକୁ ଚଢ଼ି ପତିତପାବନ ବାନା ବାନ୍ଧିଥିଲେ । ନୀଳଚକ୍ରରେ ଲାଗିଥିବା ଅକ୍ଷୟଦଣ୍ଡ ବା ବାଉଁଶରେ ଗୋଟିଏ ବାନା ଲାଗିଥିବା ବେଳେ ଅନ୍ୟ ବାନାଗୁଡ଼ିକ ନୀଳଚକ୍ରରେ ବନ୍ଧା ଯାଇଥିଲା ।

shree mandir

ସୋମବାର ସକାଳେ ନୀଳଚକ୍ରରେ ଲାଗିଥିବା ପତିତପାବନ ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ନଜରକୁ ଆସିଥିଲା। ରାତିରେ ପବନ କାରଣରୁ ନୀଳଚକ୍ରରେ ଲାଗିଥିବା ବାନାରେ ଶୂନ୍ୟଗଣ୍ଠି ପଡ଼ିଥିବା ଅନୁମାନ କରାଯାଉଛି ।

ସୋମବାର ଅପରାହ୍ଣରେ ଚୂନରା ସେବାୟତ ବାନା ପରିବର୍ତ୍ତନ କରିବାକୁ ଯିବା ସମୟରେ ଶୂନ୍ୟଗଣ୍ଠି ପଡ଼ିଥିବା ବାନାଗୁଡ଼ିକୁ ଓଲାଗି କରି ଆଣିଥିଲେ। ପୂର୍ବରୁ ଶ୍ରୀମନ୍ଦିର ନୀଳଚକ୍ରରେ ୧୫୧ ହାତ ବାନା ସହ ଏକାଧିକ ବାନା ଲାଗୁଥିଲା। ଫଳରେ ବାନାଗୁଡ଼ିକ ମଧ୍ୟରେ ଶୂନ୍ୟଗଣ୍ଠି ଦେଖିବାକୁ ମିଳୁଥିଲା। ଏବେ ନୀଳଚକ୍ରରେ ୧୪ ହାତିଆ ବାନା ଲାଗିଥିବାରୁ ପୂର୍ବଭଳି ଶୂନ୍ୟଗଣ୍ଠି ଦେଖିବାକୁ ମିଳୁନି ।

କାଁ ଭାଁ କେତେବେଳେ ଶୂନ୍ୟଗଣ୍ଠି ପଡୁଛି। ତେବେ ଶୂନ୍ୟଗଣ୍ଠି ପଡ଼ିଲେ ଏହା ରାଜ୍ୟ ତଥା ରାଷ୍ଟ୍ର ପାଇଁ ମଙ୍ଗଳକର ହୋଇଥାଏ ବୋଲି ବିଶ୍ବାସ ରହିଛି। କାରଣ ଶୂନ୍ୟଗଣ୍ଠି ପକାଇ ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ଦୈବୀ ଦୁର୍ବିପାକକୁ ଟଳାଇଦେଇ ମହାପ୍ରଭୁ ପ୍ରଜାଜନଙ୍କୁ ସୁରକ୍ଷା ଦେଇଥାନ୍ତି ବୋଲି ସାଧାରଣରେ ବିଶ୍ବାସ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+