ୟୁନିୟନ୍ ବ୍ୟାଙ୍କରେ ରହିବ ଶ୍ରୀମନ୍ଦିର ଟଙ୍କା: ପଢନ୍ତୁ କେତେ ମିଳିବ ବ୍ୟାଙ୍କରୁ ସୁଧ
ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହାର ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିକ୍ସ୍ ଡିପୋଜିଟ୍ ଭାବରେ ରଖିବାକୁ ନିଷ୍ପତି ନେଇଛି ।
Shree Jagannath Temple: ଶ୍ରୀମନ୍ଦିର ଟଙ୍କା ରହିବ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ । ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଏହାର ପାଣ୍ଠିକୁ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଫିକ୍ସ୍ ଡିପୋଜିଟ୍ ଭାବରେ ରଖିବାକୁ ନିଷ୍ପତି ନେଇଛି ।
ବ୍ୟାଙ୍କ୍ 5.25 ପ୍ରତିଶତ ସୁଧ ଦେବ ବୋଲି SJTA ଉନ୍ନୟନ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ଥିବା ଜାତୀୟ ବ୍ୟାଙ୍କଗୁଡିକ ସହିତ ଏକ ବୈଠକ ପରେ ଏହି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । ଆହୁରି ମଧ୍ୟ ଟଙ୍କା ଜମା ନେଇ ସରକାରୀ କ୍ଷେତ୍ରରୁ ମନ୍ଦିର କର୍ତ୍ତୃପକ୍ଷ ଆମନ୍ତ୍ରଣ କରିଥିବା କୋଟେସନ୍ ରେ କେବଳ ତିନୋଟି ବ୍ୟାଙ୍କ୍ ବିଡର ରହିଥିଲେ ବୋଲି ସେ କହିଛନ୍ତି ।

ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ବାଧିକ ସୁଧ ରାଶି 5.25% ରଖିଥିବା ବେଳେ କାନାରା ବ୍ୟାଙ୍କ 5.20% ଏବଂ ବ୍ୟାଙ୍କ ଅଫ୍ ବରୋଦା 4.95% ପ୍ରସ୍ତାବ ରଖିଥିବା ଶ୍ରୀ ଜେନା କହିଛନ୍ତି। ମନ୍ଦିରର ବିକାଶମୂଳକ କାର୍ଯ୍ୟ ପାଇଁ ଏହି ଅର୍ଥ ଆବଶ୍ୟକ ହୋଇପାରେ ବୋଲି ସେ କହିଛନ୍ତି।












Click it and Unblock the Notifications