ଜାନୁଆରି ୨୦ରୁ ଧାଡ଼ି ଦର୍ଶନ; ୬ ଥାକିଆ ବାରିକେଡ୍‌ରେ ଶ୍ରୀମନ୍ଦିରକୁ ଯିବେ ଭକ୍ତ

ଚଳିତ ମାସ ୨୦ ତାରିଖ ଠାରୁ ପୁରୀ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ତୀବ୍ର କରାଯାଇଛି। ଶ୍ରଦ୍ଧାଳୁମାନେ ୬ ଥାକିଆ ବେରିକେଡ୍ ଦେଇ ଶ୍ରୀମନ୍ଦିର ପରିସରକୁ ପ୍ରବେଶ ସହ ମହାପ୍ରଭୁଙ୍କ ଦର୍ଶନ କରିବେ।

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଓ ରତ୍ନଭଣ୍ଡାର ପ୍ରସଙ୍ଗରେ ଆଇନମନ୍ତ୍ରୀ କହିଛନ୍ତି, ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ। ସେ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛିl ନାଟମଣ୍ଡପ ଭିତରେ ଭକ୍ତମାନେ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ସେନେଇ ୬ ଥାକିଆ ବାରିକେଡ୍ କରାଯାଇଛି। ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବl ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବ।

shree mandir

ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବl ରତ୍ନଭଣ୍ଡାର ମରାମତି ସମ୍ପୂର୍ଣ୍ଣ ହେବା ମାତ୍ରେ ପରବର୍ତ୍ତୀ ସପ୍ତାହ ଠାରୁ ଗଣତିମଣତି କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+