ଚାରିଦ୍ବାର ଖୋଲିବା ପରେ ଭିଡ଼କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ; ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା
ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା ବୈଠକ ପରେ ଆଇନ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 'ଉଭୟ ଯାତ୍ରା ଓ ସମନ୍ବୟ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି' । 'ଆଗକୁ ନୀତିକାନ୍ତି ନେଇ ସେବାୟତ ଓ ପରିଚାଳନା କମିଟି ସହ ବୈଠକ' ହେବ ବୋଲି ସେ କହିଛନ୍ତି । ଚାରିଦ୍ବାର ଖୋଲିବା ପରେ ଭିଡ଼କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ଛୁଟି ଦିନ ଥିବାରୁ ଭକ୍ତଙ୍କ ଭିଡ଼ ଥିଲା । ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନି। ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ସମସ୍ତଙ୍କ ସହଯୋଗ ରହିଲେ ଦର୍ଶନ ବ୍ୟବସ୍ଥିତ ହେବ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।
ଚଳିତ ବର୍ଷ ୧୫ ଦିନ ବଦଳରେ ୧୩ ଦିନ ହେବ ଅଣସର ନୀତି । ରଥଟଣା ପାଇଁ ହାତରେ ୨ ଦିନ ସମୟ କମ ଥିବାରୁ ନୀତିକାନ୍ତି ନେଇ ଚିନ୍ତାରେ ପଡ଼ିଛନ୍ତି ସେବାୟତ । ଶୃଙ୍ଖଳିତ ନୀତି ପାଇଁ ସମସ୍ତ ସେବାୟତଙ୍କ ସହଯୋଗ ମଧ୍ୟ ଲୋଡ଼ାଯାଇଛି ।
ଏଥର ଗୁଣ୍ତିଚା ଯାତ୍ରା ୨ ଦିନ ହୋଇପାରେ । ସେହିପରି ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ, ୫୩ ବର୍ଷ ପରେ ଚଳିତ ଥର ୧୩ ଦିନ ପଡୁଛି ଅଣସର ନୀତ, ସେଥିପାଇଁ ୧୫ ଦିନ ବଦଳରେ ଏଥର ୧୩ ଦିନ ଅଣସରରେ ରହିବେ ଶ୍ରୀଜିଉ ।
ସୂଚନା ଅନୁସାରେ, ନେତ୍ରୋତ୍ସବ, ପହଣ୍ତି ଲାଗି ସେନାପଟା ଓ କୁସୁମି ଲାଗି ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଚଳିତ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୨ଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଥମ ନୀତି ସବ କମିଟି ବୈଠକରେ ରାଜେନ୍ଦ୍ରଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ଯାଏ ନୀତି ନିର୍ଘଣ୍ଟ ହୋଇଛି, ଯାହା ପରେ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତିରେ ମୋହର ବାଜିଛି ।












Click it and Unblock the Notifications