Shree Mandir: ମହାପ୍ରଭୁଙ୍କୁ ଅସମ୍ମାନ: ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ
ମହାପ୍ରଭୁ ଜଗନ୍ନାଥଙ୍କୁ ଅସମ୍ମାନ । ଧୋତିରେ ଶ୍ରୀଜଗନ୍ନାଥଙ୍କ ମୁଣ୍ଡମଣ୍ଡଳ ଚିତ୍ରଥିବା ଧୋତି ପିନ୍ଧି ଶ୍ରୀମନ୍ଦିର ଆସିଲେ ଜଣେ ଶ୍ରଦ୍ଧାଳୁ । ଏହାକୁ ଶ୍ରୀମନ୍ଦିର ସେବାୟତ ଘୋର ବିରୋଧ କରିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ପ୍ରବେଶ କରିବାକୁ ବାରଣ କରାଯାଇଥିଲା । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ମହାପ୍ରଭୁଙ୍କୁ ଅସମ୍ମାନ, ପିନ୍ଧା ଧୋତିରେ ଶ୍ରୀଜଗନ୍ନାଥ:
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ ମଣ୍ଡଳ ଚିତ୍ର ଥିବା ଧୋତି ପରିଧାନ କରି ଶ୍ରୀମନ୍ଦିର ଆସିଲେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ସେବାୟତ ବିରୋଧ କରିଛନ୍ତି । ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ପ୍ରତି ଅପମାନ ସୂଚକ ଧୋତି ପରିଧାନ କରୁଥିବାରୁ ଶ୍ରୀମନ୍ଦିରକୁ କିଛି ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇ ଦେଲେନି ଶ୍ରୀମନ୍ଦିର ସେବାୟତ ।
ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ପ୍ରଵେଶ ପାଇଁ ଥିବା ବ୍ୟାରିକେଡ଼ରେ କିଛି ଶ୍ରଦ୍ଧାଳୁ ପ୍ରଵେଶ ପାଇଁ ଠିଆ ହୋଇଥିଲେ । ଜଣେ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ମୁଖମଣ୍ଡଳ ଚିତ୍ରିତ ହୋଇଥିବା ଧୋତି ପରିଧାନ କରି ଆସିଥିଲେ । ଯାହା ସେବାୟତଙ୍କ ନଜରକୁ ଆସିଥିଲା । ଏହାକୁ ସେବାୟତ ବିରୋଧ କରିଥିଲେ । ଏହା ସହ ଶ୍ରୀମନ୍ଦିରକୁ ପ୍ରବେଶ କରେଇବାକୁ ଦେଇନଥିଲେ । ତେବେ ଏହି ଘଟଣା କେବେ ଘଟିଥିଲା ତାହା ସ୍ପଷ୍ଟ ହୋଇନଥିବା ବେଳେ ଗତକାଲି(ରବିବାର) ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।












Click it and Unblock the Notifications