ଶ୍ରୀମନ୍ଦିରରେ ଆଜି ଦିବା ପହୁଡ଼ ନୀତି : ଅପରାହ୍ନ ୨.୩୦ରୁ ସନ୍ଧ୍ୟା ୬ଟା ଯାଏଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଆଜି ଦିବା ପହୁଡ଼ ନୀତି ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ୨.୩୦ ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ। ସନ୍ଧ୍ୟା ୬ଟା ପରେ ପୁଣି ଭକ୍ତମାନେ ଠାକୁରଙ୍କ ଦର୍ଶନ କରିପାରିବେ ।

ପବିତ୍ର ଧନୁ ସଂକ୍ରାନ୍ତ ଅବସରରେ ଗତ ସୋମବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ଜାନୁୟାରୀ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ଏହି ନୀତି ଚାଲିବ। ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେ ହେଁ ପହିଲି ଭୋଗ ମାସରେ ଦର୍ଶନାର୍ଥୀଙ୍କ ଅତ୍ୟଧିକ ଭିଡ଼ ରହିବା ସହିତ ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଡ କରାଯିବାକୁ ଗତ ତା୧୦.୧୨.୨୦୨୪ ରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତି ହୋଇଥିଲା ।

shree mandir
ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତିନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ, ଦ୍ୱିତୀୟ ଭୋଗମଣ୍ଡପ ପରେ ଆରମ୍ଭ ହୋଇଥିଲା ଭିତର ଭଣ୍ଡାର ମରାମତି କାର୍ଯ୍ୟ । ପ୍ରଥମ ଦିନରେ ଭାରା ବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି । ଏଏସଆଇ ତରଫରୁ ମରାମତି କାର୍ଯ୍ୟ ହାତକୁ ନିଆଯାଇଥିବା ବେଳେ ଦୈନିକ ୫ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତାକାଲି ଦିବା ପହୁଡ଼ ନୀତି ଲାଗି କାମ ବନ୍ଦ ରହିବ। ଏହାପରେ ଗୁରୁବାରଠୁ ପୁଣି କାମ ଆରମ୍ଭ ହେବ। ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡିପ୍ଲାଷ୍ଟରିଂ ବା ଚୁନ ଛଡ଼ା କାମ ଆରମ୍ଭ ହେବ । ଛାତ ଓ କାନ୍ଥର ପଥର ଯୋଡ଼େଇ (ଗ୍ରାଉଟିଂ), ପଥର ପରିବର୍ତ୍ତନ ଓ ବିମ ପରିବର୍ତ୍ତନ ଆଦି କାମ ହେବ ।

ରତ୍ନଭଣ୍ଡାର ଭିତର ପାର୍ଶ୍ୱ ମରାମତି କାମ ଶେଷ ପରେ ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ବିଛାଯିବ । ପରେ ବାହାର ପାର୍ଶ୍ୱ ମରାମତି କାମ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଏଏସଆଇ ସମସ୍ତ ମରାମତି କାମ ସଂପୂର୍ଣ୍ଣ କରିବ। ପୂର୍ବରୁ ଜିପିଏସ ସର୍ଭେରେ କେଉଁ ଜାଗାରେ କେତେ ପରିମାଣର ଫାଟ ଓ ତ୍ରୁଟି ରହିଛି, ତାହା ସ୍ପଷ୍ଟ ହୋଇସାରିଛି । ସେହି ଅନୁସାରେ ଆବଶ୍ୟକ ମରାମତି କରାଯିବ ବୋଲି କହିଛନ୍ତି ଏଏସଆଇ ଓଡ଼ିଶା ମୁଖ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+