Shree Mandir: ଶ୍ରୀମନ୍ଦିର ଭିତରେ ଗଲା ସେବାୟତଙ୍କର ଜୀବନ
ଶ୍ରୀମନ୍ଦିର ଭିତରେ ବୁଧବାର ଜଣେ ସେବାୟତଙ୍କର ଜୀବନ ଯାଇଛି। ମୃତକ ଜଣକ ସୁଆର ବଡୁ ସେବାୟତ ଜଗନ୍ନାଥ ସୁନାଥାଳି ବୋଲି ଜଣାପଡ଼ିଛି। ମଧ୍ୟାହ୍ନ ସମୟରେ ସେ ଅସୁସ୍ଥ ହୋଇ ଶ୍ରୀମନ୍ଦିର ଭିତରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ପୁରୀ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ହୃଦ୍ଘାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

ସୂଚନା ଅନୁସାରେ, ମୃତ ଜଗନ୍ନାଥ ସେବାୟତ ମଧ୍ୟାହ୍ନ ଧୂପ ନୀତି ବେଳେ ଅସୁସ୍ଥ ହୋଇ ପଡିଥିଲେ ।ଏହାପରେ ସମସ୍ତ ଏକାଠୀ ହୋଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା କଥା କହିଛନ୍ତି ।
ତେବେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ । ହାର୍ଟ ଆଟାକ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications