For Quick Alerts
Turn On Notification  
For Daily Alerts
Oneindia App Download

କାଲି ଠାରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ

ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଆସନ୍ତାକାଲି ଠାରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ ।

|

ପୁରୀ: ହଟିବ କଟକଣା । ଏବେ ନିଜ ପ୍ରିୟର ଠାକୁରକୁ ଦେଖି ପାରିବେ ସମସ୍ତ ଭକ୍ତ । ଏଣିକି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଉ ଆବଶ୍ୟକ ନାହିଁ କୋଭିଡ ନେଗେଟିଭ୍ ରିପୋର୍ଟ । ଆସନ୍ତାକାଲି ଠାରୁ ଆଉ ଦରକାର ହେବନି କୋଭିଡ ନେଗେଟିଭ ରିପୋର୍ଟ ।

Shree mandir

ସାମାଜିକ ଦୂରତା, ମାସ୍କ ଏବଂ ସ୍ୱତନ୍ତ୍ର ଏସଓପି ମାନି ଭଗବାନଙ୍କ ନିକଟକୁ ଯାଇପାରିବେ ଶ୍ରଦ୍ଧାଳୁ । ଏଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ବାସିନ୍ଦାଙ୍କ ପାଇଁ ସକାଳ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି । ସକାଳ ୭ଟା ପରେ ସାଧାରଣ ଭକ୍ତ ମାନେ ମନ୍ଦିରକୁ ଯାଇ ଦର୍ଶନ କରିପାରିବେ ଏଥିଲାଗି ସେବାୟତଙ୍କ ସହ ମଧ୍ୟ ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି ।

ରବିବାର ଦିନ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ। ମନ୍ଦିର ସାନିଟାଇଜ କରିବାକୁ ଦର୍ଶନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ୨୧ ତାରିଖ ପରଠାରୁ ନୂତନ ସମୟରେ ଦର୍ଶନ ବ୍ୟବସ୍ଥା କରାଯିବ। ସକାଳ ୬ଟା ପରେ ଓ ୭ଟା ମଧ୍ୟରେ କେବଳ ପୁରିବାସୀ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା । ସକାଳ ୭ଟା ପରେ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Shree mandir Darshan without Covid report from tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X