Shree Mandir: କାଲି ୫ ଘଣ୍ଟା ବନ୍ଦ ସର୍ବସାଧାରଣ ଦର୍ଶନ
ପୁରୀ,୧୪।୧: କାଲି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।ଆସନ୍ତାକାଲି ତା୧୫.୧.୨୦୨୫ରିଖ, ବୁଧବାର ମାଘ:କୃଷ୍ଣ ଦ୍ୱିତୀୟା ତିଥି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ନୂଆବର୍ଷ ସାଙ୍ଗକୁ ଏବେ ନାନା ପର୍ବ ପର୍ବାଣି ଏବଂ ମକର ସଂକ୍ରାନ୍ତି ଥିବାରୁ ଶ୍ରୀମନ୍ଦିରରେ ଅନେକ ଶ୍ରଦ୍ଧାଳୁଙ୍କର ଭିଡ଼ ଲାଗୁଛି। ତେଣୁ ମହାପ୍ରଭୁଙ୍କର ରୀତିନୀତି ପାଇଁ 5 ଘଣ୍ଟା ଦର୍ଶନ ବନ୍ଦ ହେଲେ ଅନେକ ଭକ୍ତଙ୍କୁ ନିରାଶ ହେଇ ଫେରିବାକୁ ପଡିପାରେ।
ସେପଟେ ଜାନୁଆରୀ ୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ଆରମ୍ଭ ହେବ। ଏଥିଲାଗି ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ , ସେ ନେଇ ଧାଡି ଦର୍ଶନ ବ୍ୟବସ୍ଥା କରାଯିବ। ଆଉ ପରୀକ୍ଷା ମୂଳକ ନୁହେଁ , ସିଧାସଳଖ କାର୍ଯ୍ୟକାରୀ ହେବ।
ସେହିଭଳି ମାର୍ଚ୍ଚ ମାସ ପୂର୍ବରୁ ରତ୍ନଭଣ୍ଡାର ମରାମତି କାମ ସରିବ। ମରାମତି କାମ ଶେଷ ହେବା ପରେ ଗଣତି ମଣତି ଆରମ୍ଭ ହେବ। ଏଏସଆଇ ୩ ମାସ ସମୟ ମାଗିଥିଲା। ଯଥେଷ୍ଟ ପୂର୍ବରୁ କାମ ସାରିବାକୁ ଚେଷ୍ଟା କରାଯାଉଛି। ମକର ନୀତିକାନ୍ତି ପାଇଁ ଏବେ ମରାମତି କାମ ବନ୍ଦ ରହିଛି । ୧୭ ତାରିଖରୁ ପୁର୍ନବାର କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Banakalagi Ritual : କ'ଣ ରହିଛି ବନକଲାଗି ନୀତିର ନିୟମ ? ଚାଲନ୍ତୁ ଜାଣିବା । ପ୍ରତି ବୁଧବାର କିମ୍ବା ଗୁରୁବାର ଦ୍ୱିପହର ଧୂପ ପରେ ବନକଲାଗି ନୀତି ହେବାର ବିଧି ରହିଛି। ଶ୍ରୀମନ୍ଦିର ସତ୍ତ୍ୱଲିପିର ୪୫ ନମ୍ବର ପୃଷ୍ଠାରେ ଏହା ଉଲ୍ଲେଖ ରହିଛି । ଏହି ପବିତ୍ର ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢେଇ ଯୋଗାଇ ଦିଆଯାଏ । ଚାଙ୍ଗଡା ମେକାପ ୩ ଖଣ୍ଡ ଶ୍ରୀକପଡା ଦିଅନ୍ତି ।ଚାଙ୍ଗଡା ମେକାପ, ୩ ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା ସେବା କରନ୍ତି। ଧୋପଖଳା ହେବା ପରେ ପାଳିଆ ଖୁଂଟିଆ ୩ ଜଣ ପାଳିଆ ପୁଷ୍ପାଳକଙ୍କୁ ମଇଲମ ପାଇଁ ଡାକନ୍ତି । ପୁଷ୍ପାଳକ ସିଂହାସନକୁ ଉଠି ଗରାବଡୁଙ୍କଠାରୁ ହାତ ଧୋଇବାକୁ ପାଣି ନେଇ ମଇଲମ କରନ୍ତି ।
ଚାଙ୍ଗଡା ମେକାପ ତିନି ବାଡରେ ତଡ଼ପ ଯୋଗାଇ ଦେଇଥାନ୍ତି। ମଇଲମ ପରେ ପାଳିଆ ଖୁଂଟିଆମାନେ ମାଳ ଫୁଲ ଯୋଗାଇ ଦେଇଥାନ୍ତି। ଏହା ତିନି ବାଡରେ ଲାଗି ହେବା ପରେ କର୍ପୁର ଲାଗି କରାଯାଇଥାଏ। ପୁଷ୍ପାଳକମାନେ ସିଂହାସନ ତଳକୁ ଓହ୍ଲାଇ କର୍ପୁର ଆଳତି କରିଥାନ୍ତି। ଏହା ପରେ ପାଳିଆ ପଢିଆରୀ ଜୟ ବିଜୟ ଦ୍ୱାର ବନ୍ଦ କରିଥାନ୍ତି।
ଦତ୍ତ ମହାପାତ୍ର ସେବକ ବନକ ବାଟି ରୁପା ଷଢେଇରେ ରଖିଥାନ୍ତି। ୩ ଜଣ ଦତ୍ତ ସେବକ ବନକ ପେଡାରେ ବନକ ରଖି ବେହେରଣ ଦ୍ୱାର ଦେଇ ସିଂହାସନ ଉପରକୁ ଉଠନ୍ତି। ଗରାବଡୁଙ୍କଠାରୁ ହାତୁଆଣି ନେଇ ବନକଲାଗି ଆରମ୍ଭ ହୋଇଥାଏ।












Click it and Unblock the Notifications