ରତ୍ନଭଣ୍ଡାର ତାଲା ଭଙ୍ଗାଗଲା: ମୁଖ୍ୟ ପ୍ରଶାସକ

ପୁରୀ: ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ୫ ଦଶନ୍ଧି ପ୍ରତୀକ୍ଷାର ଘଟିଲା ଅନ୍ତ । ଯାହା ଜାଣିବାକୁ ଅନେଇ ବସିଛନ୍ତି ହଜାର ହଜାର ଜଗନ୍ନାଥ ପ୍ରେମୀ, ଆଜି ସେହି ଦିନ ଆସି ପହଞ୍ଚିଛି । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଥିଲା ରତ୍ନଭଣ୍ଡାର ।ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ପାଳନ କରି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରତ୍ନଭଣ୍ଡାର ତାଲା ଖୋଲିଛନ୍ତି । କମିଟିର ୧୧ ସଦସ୍ୟ ପ୍ରଥମେ ବାହାର ଭଣ୍ଡାର ଅଳଙ୍କାରକୁ ସ୍ଥାନାନ୍ତରିତ କରିଥିଲେ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ପ୍ରଥମେ ବାହାର ରତ୍ନଭଣ୍ଡାର ତାଲାଖୋଲା ଯାଇଥିଲା । ସେଠାରେ ଥିବା ସବୁ ଅଳଙ୍କାରକୁ ଚାଙ୍ଗଡ଼ା ଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ନିଆଯାଇଥିଲା । ସମସ୍ତ ସଦସ୍ୟ ଓ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସିଲ୍ କରାଯାଇଥିଲା । ତା'ପରେ ଅଧିକୃତ ବ୍ୟକ୍ତିମାନେ ଭିତର ରତ୍ନଭଣ୍ଡାର ପାଖକୁ ଯାଇଥିଲେ । ଟ୍ରେଜେରୀରୁ ଆସିଥିବା ୩ ଚାବିରେ ଭିତର ରତ୍ନଭଣ୍ଡାରରେ ଲାଗିଥିବା ୩ ତାଲା ଖୋଲିବାକୁ ଉଦ୍ୟମ କରିଥିଲେ ।

ହେଲେ ସମ୍ଭବପର ହୋଇନଥିଲା । ତେଣୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ୩ ତାଲା ଭାଙ୍ଗା ଯାଇଥିଲା । ତା'ପରେ ପୂରା କମିଟି ଭିତର ରତ୍ନଭଣ୍ଡାରକୁ ଯାଇଥିଲେ । ଭିତର ଭଣ୍ଡାରରେ ଯାହାସବୁ ଗଚ୍ଛିତ ରହିଛି, ତାହା ସିନ୍ଦୁକ ଓ ଆଲ୍‌ମିରାରେ ରହିଛି । କିନ୍ତୁ କୌଣସି ଅଳଙ୍କାର ଆମେ ଦେଖିନାହୁଁ । ଭିତର ରତ୍ନଭଣ୍ଡାର ଖୋଲାଲା ବେଳକୁ ବହୁ ସମୟ ହୋଇଯାଇଥିଲା । ସମସ୍ତଙ୍କ ସହମତିରେ ଆଜି ପାଇଁ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି । ଆଉ ଗୋଟିଏ ଦିନରେ ଭିତର ରତ୍ନଭଣ୍ଡାରରେ ଥିବା ସମସ୍ତ ଅଳଙ୍କାରକୁ ସ୍ଥାନାନ୍ତର କରାଯିବ ବୋଲି ଡକ୍ଟର ପାଢ଼ୀ କହିଛନ୍ତି ।

Arabinda Kumar Padhi

ସେ ଆହୁରି କହିଛନ୍ତି, ସମସ୍ତ ଅଳଙ୍କାର ସ୍ଥାନାନ୍ତର ହେବା ପରେ ରତ୍ନଭଣ୍ଡାରକୁ ଏଏସ୍‌ଆଇକୁ ହସ୍ତାନ୍ତର କରାଯିବ । ଏଏସ୍‌ଆଇ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣା କରିସାରିବା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଥିବା ଅଳଙ୍କାରକୁ ପୁଣି ଥରେ ରତ୍ନଭଣ୍ଡାରକୁ ନିଆଯିବ । ସେହି ସମୟରେ ସମସ୍ତ ଅଳଙ୍କାରର ଗଣତି ମଣତି କରାଯିବ ଡକ୍ଟର ପାଢ଼ୀ କହିଛନ୍ତି ।

ଏହାସହ ୨୦୧୮ ମସିହାରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେଥିରେ ରତ୍ନଭଣ୍ଡାର ଭିତରେ ସାପ ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ହେଲେ ଆଜି ୧୫ ଜଣିଆ କମିଟି ସଦସ୍ୟମାନେ ରତ୍ନଭଣ୍ଡାରର ପ୍ରଥମ ଗୃହକୁ ପ୍ରବେଶ କରି ଫେରିଛନ୍ତି । ସେମାନେ ବାହାରକୁ ଆସିବା ପରେ ରତ୍ନଭଣ୍ଡାର ଭିତରେ କୌଣସି ସାପ ନଥିବା କଥା କହିଛନ୍ତି । ସାପ ଥିବା ଚର୍ଚ୍ଚା ଭିତରେ କମିଟି ସଦସ୍ୟ ଭିତରକୁ ଯିବା ପୂର୍ବରୁ ସ୍ନେକ ହେଲପଲାଇନକୁ ପ୍ରସ୍ତୁତ କରାଯାଇଥିଲା

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+