Get Updates
Get notified of breaking news, exclusive insights, and must-see stories!

ମଞ୍ଚସ୍ନାନ କରିବେ ଚତୁର୍ଦ୍ଧା ମୂରତି; ମଞ୍ଚ ଉପରେ ହେଉଛି ମନ୍ଦିର ଭିତରର ନୀତିକାନ୍ତି

ଆଜି ଚାରି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ ସ୍ନାନ ବେଦି ଉପରେ ଅନୁଷ୍ଠିତ ହେଉଛି ମନ୍ଦିର ଭିତରେ ହେଉଥିବା ନୀତିକାନ୍ତି । ସକଳ ଭକ୍ତ ସନ୍ଦର୍ଶନ କରୁଛନ୍ତି ସେସବୁ ନୀତି । ସମସ୍ତ ନୀତି ଶେଷ ପରେ ସୁବାସିତ ଜଳରେ ସ୍ନାନ କରିବେ ଠାକୁର ।

ସ୍ନାନ ବେଦିକୁ ଆସିବା ପରେ ଅନୁଷ୍ଠିତ ହୋଇଛି ଠାକୁରଙ୍କର ଅବକାଶ ନୀତି । ଏହାପରେ ହେବ ଗୋଟିଏ ପରେ ଗୋଟିଏ ନୀତି । ଚାରି ଠାକୁରଙ୍କୁ ଅର୍ପଣ କରାଯାଉଛି ପୁଷ୍ପ, ତୁଳସୀର ଗୁଚ୍ଛ । ଆହା କି ସୁନ୍ଦର ଦିଶୁଛନ୍ତି ବଡ଼ ଦିଅଁ । ସେହି ରାମ, ସେ ହିଁ କୃଷ୍ଣ , ସେ ପୁଣି ମହାମେରୁ ଶ୍ରୀଜଗନ୍ନାଥ । ସେ ହିଁ ବଳଭଦ୍ର, ପୁଣି ହରିଦ୍ରାମୁଖୀ ମାଆ ସୁଭଦ୍ରା । କେବଳ ପରିବାରର ଶୃଙ୍ଖଳାକୁ ଦର୍ଶାଇବାକୁ ଏକରୁ ହୋଇଛନ୍ତି ଅନେକ ।

ଆଜି ମହାପ୍ରଭୁଙ୍କ ଆବିର୍ଭାବର ଦିବସ । ଆଜି କେତେ ଫୁଲ ପତ୍ରରେ ସଜେଇ ହେଉଛନ୍ତି ଠାକୁରେ । ଯେତେ ଯାହା ଦେଲେ ବି ତାକୁ ନିଅଣ୍ଟ ପଡ଼େ । ହେଲେ ଗୋଟିଏ ଫୁଲରେ ବି ସେ ସନ୍ତୁଷ୍ଟ ହୁଅନ୍ତି । ସେ କେତେବେଳେ ବିଶ୍ବର ହେବା ପାଇଁ କଣ୍ଟିଲୋର ସେ ବଣ ପାହାଡ଼ ଘେରା ଗୁମ୍ଫାରୁ ବାହାରି ଆସନ୍ତି ପୁଣି ଜଣେ ଭକ୍ତର ହେବା ପାଇଁ କେବେ ଗୋଟେ ପର୍ଣ୍ଣ କୁଡ଼ିଆରେ ଆବିର୍ଭାବ ହୁଅନ୍ତି ।

shree mandir

ଦେଖିବାକୁ ସାଧାରଣ ହୋଇପାରେ, କିନ୍ତୁ ସେ ସାଧାରଣ ମଣିଷ ଭିତରେ ଅମାପ ଶ୍ରଦ୍ଧା, ନିଜକୁ ତାଙ୍କ ପାଖରେ ଅନାୟାସରେ ବାଢ଼ିଦେବାର ଇଚ୍ଛା ଏହା ହିଁ ତ ସମର୍ପଣ । ଏହି ଶ୍ରଦ୍ଧାରୁ ପ୍ରେମର ଜାତ । ଏହି ପ୍ରେମରୁ ସୃଷ୍ଟି ଆସକ୍ତି । ଏ ଆସକ୍ତି କିନ୍ତୁ ବନ୍ଧନର ନୁହେଁ ବରଂ ମୁକ୍ତିର । ଭକ୍ତ ମୁକ୍ତି ଚାହେନା କିନ୍ତୁ ଅଜାଣତରେ ସବୁ କାର୍ମିକ, ସାଂସରିକ ବନ୍ଧନରୁ ମୁକ୍ତ ହୋଇ ଦିବ୍ୟ ବନ୍ଧନରେ ବାନ୍ଧି ହୋଇଯାଏ । ଏଇ ତ ଭକ୍ତି ।

ବିଷ୍ଣୁ ଯିଏ ବଦ୍ରିକାରେ ସ୍ନାନ କରନ୍ତି, ଦ୍ବାରକାରେ ବେଶ ହୁଅନ୍ତି ପୁଣି ରାମେଶ୍ବରମ୍ ଧାମରେ ଶୟନ କରନ୍ତି କିନ୍ତୁ ଏ ହେଉଛି ଏକ ମାତ୍ର କ୍ଷେତ୍ର ଯାହା ମହାପ୍ରଭୁଙ୍କ ଐଶ୍ବର୍ଯ୍ୟର କ୍ଷେତ୍ର
ଭୋଗର କ୍ଷେତ୍ର, କର୍ମର କ୍ଷେତ୍ର । ଏଠି ଭୋଗ କହିଲେ ଯାହା କେହି ଗ୍ରହଣ କରେ । ଏଠି ମହାପ୍ରଭୁ ଭକ୍ତର ସବୁ ଭାବ, ଭୋଗ ଗ୍ରହଣ କରନ୍ତି । ସେଇଥିପାଇଁ ତ ଏ କ୍ଷେତ୍ର ହେଉଛି ପରମପାବନ ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+