ଚାଲିଛି ମହାପ୍ରଭୁଙ୍କ ଅଣସର ସେବା; ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଦଇତାପତି ସେବକ, ଆଜି ଶ୍ରୀଅଙ୍ଗରେ ଲାଗି ହେବ ଓସ୍ୱ

ଚାଲିଛି ବିଶ୍ୱ ନିୟନ୍ତାଙ୍କ ଅଣସର ସେବା । ଶ୍ରୀଅଙ୍ଗ ସେବକ ଭାବେ ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଦଇତାପତି ସେବକ ଲାଗି ପଡ଼ିଛନ୍ତି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଖୋଲାନୀତି ସହ ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ଫିଟାନୀତି ସରିଛି ।'

କିପରି ପ୍ରସ୍ତୁତ ହୁଏ ଓସ୍ୱ ?

ଅଣସରର ଆଜି ହେଉଛି ଷଷ୍ଠୀ ତିଥି । ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ବିଭିନ୍ନ ଔଷଧୀୟ ସାମଗ୍ରୀରେ ପ୍ରସ୍ତୁତ ଓସ୍ୱ । ଅଣସର ସୁଦ୍ଧସୁଆର ସେବକମାନେ ଝୁଣାକୁ ବାଟି ସେଥିରେ ତେଲକର୍ପୁର ଆଦି ସମିଶ୍ରଣ କରି ଏକ ଔଷଧୀୟ ଓସ୍ୱ ପ୍ରସ୍ତୁତ କରିଥାନ୍ତି । ଏହାକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି, ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠୀଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଚାଲିଥାଏ ।

ସେପଟେ ମହାପ୍ରଭୁ ପ୍ରବଳ ଜ୍ବରରେ ପୀଡିତ ଥିବା ଯୋଗୁଁ ଶ୍ରୀମନ୍ଦିରରେ ଦୈନନ୍ଦିନ ଭଜନ, କୀର୍ତ୍ତନ, ଗୀତ, ଘଣ୍ଟ ଘଣ୍ଟା ନିଷିଦ୍ଧ କରାଯାଇଛି । ଅଣସର ଘର ତାଟି ବାହାରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ପାଇଁ କ୍ଷୀର, ସର, ଚିନି, କର୍ପୁର, ନୈବେଦ୍ୟ ଲାଗି କରିବା ପରେ ଏହାକୁ ଘରକୁ ଆଣି ସେଥିରେ ପାଣି ମିଶାଇ ଅଣସର ପଣା ପ୍ରସ୍ତୁତ କରିଥାନ୍ତି । ଏ‌ହି ପଣା ମାନବ ପାନ କଲେ ଶରୀର ରୋଗମୁକ୍ତ ହୋଇଥାଏ ବୋଲି ବିଶ୍ଵାସ ରହିଛି ।

shree mandir anasara seva

ଅଣସର ପଞ୍ଚମୀ ତିଥିରେ ମଠ ପକ୍ଷରୁ ଫୁଲୁରି ତେଲ ଶ୍ରୀମନ୍ଦିର ନିଆଯିବା ପରେ ଦଇତାପତିମାନେ ଏହାକୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିଛନ୍ତି । ବିଶ୍ୱାସ ରହିଛି ଏହି ତେଲ ଲାଗିପରେ ମହାପ୍ରଭୁ ସାମାନ୍ୟ ସୁସ୍ଥ ହୋଇଥାନ୍ତି । ଅଣସର ସମୟରେ ମହାପ୍ରଭୁଙ୍କ ଗୁପ୍ତ ନୀତି ମଧ୍ୟରୁ ଫୁଲୁରି ତେଲ ଲାଗି ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ।

ପରମ୍ପରା ଅନୁସାରେ ଏହି ସୁବାସିତ ତେଲ ପ୍ରସ୍ତୁତ ପାଇଁ ଏକ ବର୍ଷ ସମୟ ଲାଗିଥାଏ । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ହୋଇ ଫୁଲୁରୀ ତେଲ ପ୍ରସ୍ତୁତ ହୋଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+