Shree Mandir: ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର, ସ୍ଥିତି ସମୀକ୍ଷା କଲେ ପ୍ରଶାସନ

ଖୋଲିବ ଶ୍ରୀମନ୍ଦିର ୪ ଦ୍ବାର । ଓଡ଼ିଶାରେ ବିଜେପି ସରକାର ଆସିଲେ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବ ବୋଲି ଦଳର ତୁଙ୍ଗ ନେତାମାନେ ର୍ନିବାଚନ ପ୍ରଚାର ସମୟରେ ପ୍ରତିଶ୍ରୁତି ଦେଇଥିଲେ । ସମ୍ପ୍ରତି ରାଜ୍ୟରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭାହେବା ପରେ ସରକାର ଗଠନ କରିବାକୁ ଯାଉଛି । ତେଣୁ ଶ୍ରୀମନ୍ଦିର ଚାରିଦ୍ୱାର ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ଭକ୍ତଙ୍କ ମନରେ ଆଶା ସଞ୍ଚାର ହୋଇଛି ।

ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଚାରି ଦ୍ବାର ଖୋଲିବା ନେଇ ସ୍ଥିତି ସମୀକ୍ଷା କରାଯାଇଛି। ଅତିରିକ୍ତ ଜିଲାପାଳ, ଶ୍ରୀମନ୍ଦିର ପ୍ରଶାସନ ଏହାର ସ୍ଥିତି ସମୀକ୍ଷା କରିଥିବା ଜଣାପଡିଛି। ୪ ଦ୍ବାର ଖୋଲିବାକୁ ହେଲେ ବ୍ୟାରିକେଡ କରାଯିବ କି ନାହିଁ ଏହାର ମଧ୍ୟ ସମୀକ୍ଷା କରାଯାଇଛି। ଅନ୍ୟପକ୍ଷେ ସିଂହଦ୍ବାର ସାମ୍ନାରେ ଲାଗିଥିବା ଏସି ଟନେଲକୁ ଇତିମଧ୍ୟରେ ଖୋଲା ଯାଇଛି ।

ଚାରିଦ୍ୱାର ଖୋଲା ହେଉ ନ ଥିବାରୁ ଭକ୍ତମାନେ ହଇରାଣ ହୋଇ ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି । ଭକ୍ତଙ୍କ ସୁବିଧା ଦର୍ଶନ ପାଇଁ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବାକୁ ଦୀର୍ଘଦିନ ହେଲା ସାଧାରଣରେ ଦାବି ହୋଇଆସୁଛି ।

Shree Mandir

ସୂଚନା ଯୋଗ୍ୟ, ଗୋଟିଏ ଦ୍ୱାର ଦେଇ ବହୁସଂଖ୍ୟକ ଭକ୍ତ ଯିବା ଦ୍ୱାରା ମନ୍ଦିରରେ ପ୍ରବଳ ଗହଳି ହେଉଛି । ଏପରିକି ଅନେକ ଭକ୍ତ ଅଣନିଃଶ୍ୱାସୀ ହୋଇ ଅଚେତ ହୋଇପଡୁଥିବା ଦେଖିବାକୁ ମିଳୁଛି ।

ସେହିପରି ବେଳେବେଳେ ଭକ୍ତ ବାନ୍ତି କରିଦେଉଥିବାରୁ ଓ ଭିଡ଼ରେ କ୍ଷତାକ୍ତ ହୋଇ ରକ୍ତ ପଡୁଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ନୀତି ହେଉଛି । ଏଥିଯୋଗୁ ନୀତି ବିଳମ୍ବ ହେବା ସହ ଦର୍ଶନରେ ବିଳମ୍ବ ଘଟୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+