ମୋହନ ସରକାରଙ୍କ ବଡ଼ ନିଷ୍ପତି, ଆସନ୍ତାକାଲି ଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର
ଭୁବନେଶ୍ୱର: ଶପଥ ଗ୍ରହଣ ପରେ ବୁଧବାର ଲୋକସେବା ଭବନରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଏହାସହିତ ମନ୍ତ୍ରିମଣ୍ଡଳର ପ୍ରଥମ କ୍ୟାବିନେଟ ବୈଠକର ମଧ୍ୟ ଅଧ୍ୟକ୍ଷତା କରିଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀଙ୍କ ୨ ଉପମୁଖ୍ୟମନ୍ତ୍ରୀ, ସମସ୍ତ କ୍ୟାବିନେଟ ମନ୍ତ୍ରୀ ସାମିଲ ରହିଥିଲେ । ପ୍ରଥମ କ୍ୟାବିନେଟ ବୈଠକରେ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବାକୁ ନିଷ୍ପତି ନେଲେ ରାଜ୍ୟ ସରକାର । କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗୁରୁବାର ସକାଳେ ମଙ୍ଗଳ ଆଳତି ସମୟରେ ଖୋଲିବ ପୁରୀ ଶ୍ରୀମନ୍ଦିରର ୪ ଦ୍ୱାର ।
ପ୍ରଥମ କ୍ୟାବିନେଟ୍ ବୈଠକ ପରେ ସେ କହିଛନ୍ତି, ମହାପ୍ରଭୁଙ୍କ ୪ଟି ଦ୍ୱାରକୁ ଗତ କିଛି ବର୍ଷ ହେଲା ବନ୍ଦ କରିଦିଆଯାଇଥିଲା । ସାଧାରଣ ନିର୍ବାଚନ-୨୦୨୪ରେ ବିଜେପି ସଂକଳ୍ପ ପତ୍ରରେ ଶ୍ରୀମନ୍ଦିରର ୪ଟି ଦ୍ୱାର ଖୋଲି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ସାଢ଼େ ୪ କୋଟି ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ଆଧାରରେ ଆସନ୍ତାକାଲି (୧୩) ମଙ୍ଗଳ ଆରତୀ ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ଉପସ୍ଥିତିରେ ୪ଟି ଦ୍ୱାର ଖୋଲି ଦିଆଯିବ ।
ତିନି ଦ୍ୱାର ବନ୍ଦ ରହିବା ଦ୍ୱାରା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବ୍ୟବଧାନ କରାଯାଉଥିଲା । ଶ୍ରୀମନ୍ଦିରର ସଂରକ୍ଷଣ, ରକ୍ଷଣାବେକ୍ଷଣ, ବିକାଶ, ତୀର୍ଥଯାତ୍ରୀଙ୍କ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା । ପ୍ରଥମ କ୍ୟାବିନେଟ ବୈଠକରେ ମୋହନ ସରକାର ୪ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ।

ଏଥିରେ ଶ୍ରୀମନ୍ଦିର କର୍ପସ ଫଣ୍ଡ ପାଇଁ ୫୦୦ କୋଟି ଟଙ୍କା ମଞ୍ଜୁର ହେବ । ଏହା ସହ ଖୁବଶୀଘ୍ର ସମୃଦ୍ଧ କୃଷକ ନୀତି ଯୋଜନା ଆସିବ । ଯାହାଦ୍ୱାରା ଧାନ ଏମ୍ଏସ୍ପି ୩୧ ଶହ ଟଙ୍କାକୁ ବୃଦ୍ଧି ନେଇ କମିଟି ଗଠନ ହେବ । ସେହିପରି ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି କ୍ୟାବିନେଟ ବୈଠକରେ ନିଆଯାଇଛି ।












Click it and Unblock the Notifications