Ratna Bhandar: ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବନ୍ଦ ହେଲା ୩ ଦ୍ୱାର
ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବନ୍ଦ ହେଲା ୩ ଦ୍ୱାର । ସିଂହଦ୍ୱାର ଛାଡ଼ି ଅନ୍ୟ ୩ ଦ୍ୱାର ବନ୍ଦ ହେଲା। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା।ଲକ୍ଷ୍ମୀଙ୍କ ବାରରେ ଖୋଲିବ ରତ୍ନଭଣ୍ଡାର । ପୁଣି ଖୋଲିବ ରତ୍ନଭଣ୍ଡାର । ଏଥିପାଇଁ ଗୁରୁବାର ସକାଳ ୯ଟା ୫୧ରୁ ୧୨ଟା ୧୫ ପର୍ଯ୍ୟନ୍ତ ଶୁଭ ମୂହୁର୍ତ୍ତ ଧାର୍ଯ୍ୟ କରାଯାଇଛି । ଏହି ସମୟରେ ଭିତର ରତ୍ନଭଣ୍ଡାର ଖୋଲି ପ୍ରବେଶ କରିବ ଟିମ୍ ।
ପ୍ରବେଶ କରିବା ପରେ ଜିନିଷ ପତ୍ରଗୁଡିକୁ ଆଖିରେ ଦେଖିବେ ପରେ ଅଳଙ୍କାରଗୁଡିକୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଭିତର ରତ୍ନଭଣ୍ଡାରର ୩ଟି ତାଲା ଭଙ୍ଗା ଯାଇଥିଲେ ବି ୨ଟି ତାଲା ପକାଇ ଚାବିକୁ ଟ୍ରେଜେରୀ ଜିମା ଦିଆଯାଇଛି। ଆସନ୍ତା ଗୁରୁବାର ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଭିତର ଭଣ୍ଡାର ଖୋଲାଯିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ୧୮ ତାରିଖରେ ଅଧିକୃତ ୧୧ଜଣିଆ କମିଟି ହିଁ ରତ୍ନଭଣ୍ଡାର ଭିତରେ ପ୍ରବେଶ କରିବେ। ଏହି କାର୍ଯ୍ୟ ସହିତ ଜଡ଼ିତ ବ୍ୟକ୍ତି, ଯଥା ମେଡିକାଲ୍ ଟିମ୍, ସ୍ନେକ ହେଲ୍ପଲାଇନ୍, ସ୍ବେଚ୍ଛାସେବୀମାନେ ପାଖରେ ରହିବେ। ପୁରୁଣା ପ୍ରୋଟୋକଲ୍ ଅନୁଯାୟୀ, ଏସ୍ପି ପୁରୀ ସମସ୍ତଙ୍କୁ ଯାଞ୍ଚ କରି ଛାଡ଼ିବେ। ସ୍ଥାନାନ୍ତର ପ୍ରକ୍ରିୟା ଅନୁଯାୟୀ, ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର କରାଯିବ। ସ୍ଥାନାନ୍ତର ଶେଷ ପରେ ନୂଆ ରତ୍ନଭଣ୍ଡାରକୁ ଜଉମୁଦ ଦେଇ ସିଲ୍ କରାଯିବ। ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜଉମୁଦ ଦେଇ ସିଲ୍ କରାଯିବ। କେବଳ ବାହାର ରତ୍ନଭଣ୍ଡାରକୁ ଛାଡ଼ିଦେଲେ ବାକି ସବୁ ଚାବି ଜିଲ୍ଲା କୋଷାଗାରକୁ ପଠାଯିବ। ଏଏସ୍ଆଇ ଚାବି ନେବନି। ଜିଲ୍ଲାପାଳ ଚାବି ଖୋଲିବେ। ଏହାପରେ ଯାଇ ଏଏସ୍ଆଇ ଟିମ୍ ଭିତରକୁ ଯିବେ।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ପ୍ରଥମେ ରତ୍ନଭଣ୍ଡାର ଖୋଲା ଯାଇଥିଲା। କମିଟି ସଦସ୍ୟମାନେ ବାହାର ରତ୍ନଭଣ୍ଡାର ତାଲା ଭାଙ୍ଗି ରତ୍ନଅଳଙ୍କାର ସ୍ଥାନାନ୍ତର ପାଇଁ ପଦକ୍ଷେପନେଇଥିଲେ। ପରେ ନୂଆ ତାଲା ପକାଇ ସିଲ୍ କରିଦେଇଥିଲେ। ତେବେ ସମୟ ଅଭାବରୁ ଭିତର ରତ୍ନଭଣ୍ଡାର ଖୋଲାଯାଇ ନ ଥିଲା। କେବଳ ପୁରୁଣା ତାଲା ଭାଙ୍ଗି ନୂଆ ତାଲା ପକାଇ ବାହାରୁ ଚାଲିଆସିଥିଲେ।












Click it and Unblock the Notifications