ଶ୍ରୀଜିଉଙ୍କ ଖସାପଡ଼ା ନୀତି, ଆଜି ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡ଼ା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ୫ ଘଣ୍ଟ ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ ।

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡ଼ା ନୀତି । ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକମାନେ ରତ୍ନସିଂହାସନ ଉପରେ ପ୍ରାୟ ୫ ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତନୀତି ସମ୍ପାଦନ କରିବେ । ଯେଉଁଥି ପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆଜି ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏହି ନୀତିରେ ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ । ମହପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ । ସୂଚନା ଅନୁସାରେ ବର୍ଷରୁ ପ୍ରାୟ ୧ରୁ ୨ ଥର ଏହି ନିତି ଅନୁଷ୍ଠିତ ହୋଇଥାଏ ।
ସାଧାରଣତଃ ଦେବସ୍ନାନ ପୂର୍ଣ୍ଣିମା ଏବଂ ଶ୍ରୀଗୁଣ୍ତିଚା ଯାତ୍ରା ପୂର୍ବରୁ ଖସାପଡ଼ା ନୀତି କରାଯାଇଥାଏ । କରାଣ ଏଥିରେ ମହାପ୍ରଭୁଙ୍କ ପହଁଣ୍ତି କରାଯାଇଥାଏ । ସୂଚନାଥାଉ ଯେ, ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଏବଂ ରଥାଯାତ୍ରା ଆସୁଛି । ଏଥିରେ ଶ୍ରୀଜିଉଙ୍କ ପହଣ୍ତି କରାଯିବ
ତେଣୁ ଏହା ପୂର୍ବରୁ ଆଜି ଖସାପଡା ନୀତି ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ଦଇତାପତି ।












Click it and Unblock the Notifications