ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ: ସନ୍ଧ୍ୟାଧୂପ ପରେ ମସ୍ତକ ଠାରୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଶ୍ରୀଜୀଉ

ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ। ପଦ୍ମଫୁଲରେ ସଜ୍ଜିତ ହେବେ ତିନି ଠାକୁର। ଏଥିପାଇଁ ବେଶ ପ୍ରସ୍ତୁତି କାମ ଆଜି ଶେଷ ହୋଇଛି। ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ପରବର୍ତ୍ତୀ ବୁଧବାର କିମ୍ବା ଶନିବାର ଯେଉଁ ଦିନ ପଡିବ ସେହିଦିନ ଏହି ଅନନ୍ୟ ବେଶରେ ସଜ୍ଜିତ ହୁଅନ୍ତି ମହାବାହୁ । ଆଜି ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ପହଞ୍ଚିବ ବଡ଼ଦେଉଳରେ ।

ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ମା' ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବିଧି ଅନୁଯାୟୀ, ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ ।

jagannath temple

ବଡ଼ସିଂହାର ବେଶରେ ଠାକୁରମାନଙ୍କୁ ଏହି ବେଶ କରାଯିବ । ଏହି ବେଶ ପରେ ମହାପ୍ରଭୁଙ୍କ ନିକଟରେ ଖିରି ଓ ଅମାଲୁ ଭୋଗ କରାଯିବ । ପଦ୍ମବେଶ ଥାଇ ଶ୍ରୀଜିଉମାନେ ପହୁଡ଼ ହେବାର ପରମ୍ପରା ରହିଛି । ପରଦିନ ମଙ୍ଗଳା ଆଳତୀ ପର୍ଯ୍ୟନ୍ତ ମହାପ୍ରଭୁ ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବାକୁ ପରମ୍ପରା ରହିଥିବା ବେଳେ ଭକ୍ତମାନେ ମହାପ୍ରଭୁଙ୍କୁ ପଦ୍ମ ବେଶରେ ଦର୍ଶନ କରିପାରିବେ । ତେବେ ଅବକାଶ ନୀତି ବଢିବା ପରେ ବେଶ ଓଲାଗି କରାଯିବ । ଭକ୍ତ ମନହର ଦାଶର ମନବାଞ୍ଛା ପୂର୍ଣ୍ଣ କରିବା ପାଇଁ ମହାପ୍ରଭୁ ଏହି ବେଶ ଧାରଣ କରିଥିବାରୁ ପୌରାଣିକ ମତ ଅନୁଯାୟୀ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶକୁ ପଦ୍ମ ବେଶ କରାଯାଇଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+