For Quick Alerts
Turn On Notification  
For Daily Alerts
Oneindia App Download

ପୁଣି EDରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

ପୁଣି EDରେ ହାଜର ହେଲେ ଶ୍ରଦ୍ଧାଞ୍ଜଳି

|

ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । ଭୁବନେଶ୍ୱର ED ଅଫିସରେ ପୁଣି ହାଜର ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଗତ ବୁଧବାର ଅର୍ଥାତ୍ ୨୩ ତାରିଖ ଦିନ ମଧ୍ୟ ତାଙ୍କୁ ଜେରା କରାଯାଇଥିଲା । ପ୍ରାୟ ୧୪ ଘଣ୍ଟା ଧରି ତାଙ୍କୁ ପ୍ରଶ୍ନ କରିଥିଲା ଇଡି । ଏହି ମାମଲା କେଉଁ ମାନେ ସଂପୃକ୍ତ ଅଛନ୍ତି, କାହାଠୁ କେତେ ଟଙ୍କା ଆଦାୟ ହୋଇଥିଲା ଏପରି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଶ୍ରଦ୍ଧାଞ୍ଜଳି । ଶ୍ରଦ୍ଧାଞ୍ଜଳି ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ନେଇ ସୂଚନା ରହିଛି ।

ଶ୍ରଦ୍ଧାଞ୍ଜଳି

ସୂଚନାଥାଉ ଯେ, ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଅଭିଯୋଗ କରିଥିଲେ ଅକ୍ଷୟ ପରିଜା । ଅର୍ଚ୍ଚନା ଅକ୍ଷୟ ପରିଜାଙ୍କ ପାଖକୁ ଶ୍ରଦ୍ଧାଞ୍ଜଳିଙ୍କୁ ପଠାଇଥିଲେ । ଯାହା ପରେ ସେ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲେ । ନିଜକୁ ଶ୍ରଦ୍ଧାଞ୍ଜଳିଙ୍କ ଓକିଲ କହି ବ୍ଲାକମେଲ୍ କରିଥିଲେ ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟିଥିଲେ । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Archana Nag's blackmailing case: Shradhanjali reported again at EDs office
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X