ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା, ପ୍ରବଳ ବର୍ଷା ସମ୍ଭାବନା

ଆଜି ଅବପାତର ରୂପ ନେବ ସମ୍ଭାବ୍ୟ ବାତ୍ୟା। ଆସନ୍ତାକାଲି ଏହା ବାତ୍ୟାର ରୂପ ନେବ ବୋଲି ସ୍ପଷ୍ଟ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୨୪ ରାତି କିମ୍ବା ୨୫ ତାରିଖ ଭୋରରୁ ଓଡ଼ିଶାରେ ଭୀଷଣ ବାତ୍ୟା- 'ଦାନା' ମାଡ଼ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛି।

Cyclone Dana

ପୁରୀରୁ ପଶ୍ଚିମ ବଙ୍ଗର ସାଗର ଦୀପ ମଧ୍ୟରେ ଏହା ଅତିକ୍ରମ କଲାବେଳକୁ ପବନର ବେଗ ୧୨୦ କିଲୋମିଟର ପାଖାପାଖି ଯିବ ବୋଲି ପୂର୍ବାନୁମାନ କରିଛନ୍ତି ଆଇଏମଡି ଡିଜି।

ଏହାର ପ୍ରଭାବରେ ଭଦ୍ରକ ଓ ବାଲେଶ୍ବର ଉପକୂଳରେ ଉଚ୍ଚ ଜୁଆର ବି ଆସିପାରେ। ୨୪ ଓ ୨୫ ତାରିଖରେ ବେଶି ବର୍ଷା ହେବା ନେଇ ବି ଅନୁମାନ କରିଛନ୍ତି IMD ଡିଜି । ସେପଟେ ଗଭୀର ସମୁଦ୍ର ଭିତରେ ଲଘୁଚାପ କ୍ଷେତ୍ର ଯେତିକି ଶକ୍ତିଶାଳୀ ହେଉଛି, ଓଡ଼ିଶା ଲୋକଙ୍କ ମନରେ ଅକ୍ଟୋବର ବାତ୍ୟା ଛନକା ସେତିକି ବଢୁଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବି ୨୪ ତାରିଖରେ ୭ ଜିଲ୍ଲାକୁ ପ୍ରବଳ ବର୍ଷାର ଚେତାବନୀ ଦେଇ ରେଡ୍ ଆଲର୍ଟ ଜାରି କରାଯାଇଛି। ୨୫ରେ କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+