ମହଙ୍ଗା ପଡିଲା ରଥ ଉପରକୁ ଅଣ ସେବାୟତ ନେବା, ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍। ମହଙ୍ଗା ପଡିଲା ରଥ ଉପରକୁ ଅଣ ସେବାୟତ ନେବା । ବାହୁଡ଼ା ଯାତ୍ରାରେ ମା' ସୁଭଦ୍ରାଙ୍କ ରଥ ଉପରେ ଅଣସେବାୟତ ଚଢିବା ମାମଲାରେ ଶ୍ରୀମନ୍ଦିର ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ।

୭ ଦିନ ଭିତରେ ସନ୍ତୋଷଜନକ ଉତ୍ତର ଦେଇନପାରିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ତାଗିଦ କରାଯାଇଛି। ଏହାସହ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ନହେବା ଯାଏଁ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ, ପାଉଣା ସ୍ଥଗିତ ରଖିବାକୁ ମଧ୍ୟ ଦଇତାପତି ନିଯୋଗ ସମ୍ପାଦକଙ୍କୁ ଜଣାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ।

ଅଣଅଧିକୃତ ବ୍ୟକ୍ତି କାହିଁକି ମା' ସୁଭଦ୍ରାଙ୍କ ରଥ ଉପରେ ଚଢିଥିଲେ ? କିଏ ତାଙ୍କୁ ଚଢ଼ିବାକୁ ଅନୁମତି ଦେଇଥିଲେ ? ଯଦି ଅନୁମତି ଦେଇଥିଲେ କାହିଁକି ଅନୁମତି ଦେଇଥିଲେ? ଅଣଅଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିଥିବାବେଳେ ଅନ୍ୟ ସେବାୟତମାନେ କାହିଁକି ବିରୋଧ କରିନଥିଲେ ?

ଏସବୁ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇନପାରିଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ଶ୍ରୀମନ୍ଦିର ପ୍ରଶାସନ। ସମ୍ପୃକ୍ତ ଅନଧିକୃତ ବ୍ୟକ୍ତିଙ୍କୁ ମୁଖ୍ୟ ପ୍ରଶାସକ ନିଜେ ରଥରୁ ଓହ୍ଲାଇବା ସହ ତାଙ୍କଠାରୁ ପାସ୍ ଜବତ କରିଥିଲେ। ଜଣେ ଦଇତାପତି ସେବକ ସେହି ପାସ୍ ଦେଇଥିବା ଜଣାପଡ଼ିଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+