୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍
ଆକ୍ସନରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(BEO)। କାର୍ଯ୍ୟରେ ଅବହେଳା ଅଭିଯୋଗରେ BEO ୮ଟି ସ୍କୁଲର ୧୦ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଛନ୍ତି।

ଏପରିକି କାର୍ଯ୍ୟରେ ଅବହେଳା କରିଥିବାରୁ ଶିକ୍ଷକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ମିଳିଥିବା ସୂଚନା ମୁତାବକ, BEO କୌଣସି ସୂଚନା ନ ଦେଇ ଅଚାନକ ସ୍କୁଲ ଗସ୍ତ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। BEOଙ୍କ ଏଭଳି ପଦକ୍ଷେପ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶିକ୍ଷକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।












Click it and Unblock the Notifications