ବାପା-ମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ୍:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

'ବାପା-ମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ୍ । ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା, ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ:ରାଷ୍ଟ୍ରପତି

draupadi murmu

ଉତ୍କଳ ମଣ୍ଡପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ଉତ୍କଳ ମଣ୍ଡପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜ୍ଞାନପ୍ରଭା ମିଶନର ଦ୍ୱିତୀୟ ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି 'ବାପା-ମାଙ୍କ ଫଟୋ ପୂଜା ନୁହେଁ, ତାଙ୍କ ଯତ୍ନ ନେବା ଉଚିତ୍ । ମାତାଙ୍କୁ ପ୍ରଥମେ ଦେବୀ ଭାବେ ମାନ୍ୟ କରିବା କଥା, ମାତୃକରୁଣା ପାଇ ଛତ୍ରପତି ଶିବାଜୀ, ଗାନ୍ଧିଜୀ ମହିୟାନ ମାତୃକରୁଣା ଜଣେ ବ୍ୟକ୍ତିକୁ ଅସାଧାରଣ ବୀର କରେ । ସେହିପରି ମହାମହିମ କହିଛନ୍ତି, ପିତାମାତା, ବୃଦ୍ଧବୃଦ୍ଧାଙ୍କ ସେବା ହିଁ ମାନବ ଧର୍ମ । ସୁଖ ଆଜି ଅପହଞ୍ଚ ନୁହେଁ, କିନ୍ତୁ ମାନସିକ ଶାନ୍ତି ଅପହଞ୍ଚ ମାନସିକ ଶୁଦ୍ଧି ପାଇଁ ପ୍ରୟାସ ଆବଶ୍ୟକ ।

ଆଜି ଭାରତ ଆର୍ଥିକ ବିକାଶ କ୍ଷେତ୍ରରେ ପଞ୍ଚମ ସ୍ଥାନରେ

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ସାମିଲ ହୋଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତଙ୍କ ସହ ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କଲେ । ଏହା ସହ ଯୋଗର ଗୁରୁତ୍ୱ ବୁଝାଇ ମହାମହିମ କହିଛନ୍ତି, 'ଆତ୍ମା ସୁଦ୍ଧି ପାଇଁ ଯୋଗ ଜରୁରୀ'। ନିଜ ଜୀବନରେ ଏକ ଉଦାହରଣ ଦେଇ ମହାମହିମ କହିଥିଲେ ଯେ, ସେ ଏକ ସମୟରେ ମାନସିକ ଚିନ୍ତାରେ ଥିଲେ ହେଲେ ଯୋଗ କରିବା ପରେ ଏଥିରୁ ମୁକୁଳି ପାରିଥିଲେ । ରାଷ୍ଟ୍ରପତି ଆହୁରି କହିଛନ୍ତି, ଆଜି ଭାରତ ଆର୍ଥିକ ବିକାଶ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ଅଛି ।

ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଶୀକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତା, ବିଏମସି ମେୟର ସୁଲୋଚନା ଦାସ ଏବଂ ଜ୍ଞାନପ୍ରଭା ମିଶନର ସଭାପତି ଜ୍ୟୋତିର୍ମୟୀ ମିଶ୍ର କାର୍ଯ୍ୟ କ୍ରମରେ ନିଜ ଅଭିଭାଷଣ ରଖିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+