Get Updates
Get notified of breaking news, exclusive insights, and must-see stories!

ରୂପାନ୍ତରିତ ସ୍କୁଲରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ; ମନ୍ତ୍ରୀ କହିଲେ, ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି

ରୂପାନ୍ତରିତ ସ୍କୁଲରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ରୂପାନ୍ତରିତ ହେଉଛି ସ୍କୁଲ, ହେଲେ ନାହାନ୍ତି ଶିକ୍ଷକ । ଏନେଇ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ।

Shortage of Teachers in School

ଭୁବନେଶ୍ବର: ରୂପାନ୍ତରିତ ସ୍କୁଲରେ ଶିକ୍ଷକ ଅଭାବ ନେଇ ଗୃହରେ ଉଦବେଗ । ରୂପାନ୍ତରିତ ହେଉଛି ସ୍କୁଲ, ହେଲେ ନାହାନ୍ତି ଶିକ୍ଷକ । ଏନେଇ ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ।

ତେବେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଅଭିଯୋଗ ଆଣିଛନ୍ତି, 5-T ସ୍କୁଲଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି । ଯାହା ଲଜ୍ଜାଜନକ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜ ଅଞ୍ଚଳର ସ୍କୁଲ ଉଦାହରଣ ଦେଇ କହିଥିଲେ ଗୋଟିଏ ସ୍କୁଲରେ ୯ ଜଣ ଶିକ୍ଷକ ନାହାନ୍ତି। କେମିତି ରୂପାନ୍ତରିକରଣ କରୁଛନ୍ତି ସରକାର ?

ଅନ୍ୟପଟେ ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ଅମର ପ୍ରସାଦ ଶତପଥୀ ବି ସମାନ ଅଭିଯୋଗ ଆଣିଥିଲେ ଯେ ସ୍କୁଲ ରେ ଶିକ୍ଷକ ଅଭାବ ରହିଛି । ସେପଟେ 5T ସ୍କୁଲଗୁଡିକ ପେମେଣ୍ଟ ହୋଇପାରୁ ନାହିଁ ବୋଲି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ, ବିଜେଡି ବିଧାୟକ ନୃସିଂହ ସାହୁ, ସୁଧାଂଶୁ ପରିଡ଼ା ପ୍ରସଙ୍ଗ ଉଠାଇଥିଲେ ।

ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ସ୍କୁଲରେ ଶିକ୍ଷକ ଅଭାବ ହେବନାହିଁ । ୨୦ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ସେହିପରି ପେମେଣ୍ଟ ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ।

ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ୧୦୭୫, ଦ୍ଵିତୀୟ ପର୍ଯ୍ୟାୟରେ ୩୪୬୧ ଓ ତୃତୀୟ ପର୍ଯ୍ୟାୟରେ ୨୩୩୬ ଉଚ୍ଚ ବିଦ୍ୟାଳୟ ରୂପାନ୍ତର ହୋଇଛି । ଛାତ୍ରଛାତ୍ରୀ ବଢ଼ୁଥିବାରୁ ଶ୍ରେଣୀ ଗୃହ ବୃଦ୍ଧି କରାଯାଉଛି । ମୋ ସ୍କୁଲ ଜରିଆରେ ୯୬୩, ସ୍କୁଲ ରୂପାନ୍ତର ଜରିଆରେ ୨୮୧୦ ଓ ସମଗ୍ର ଶିକ୍ଷା ଅଭିଯାନରେ ୨୦୦ ଶ୍ରେଣୀ ଗୃହ ବଢ଼ାଯାଇଛି ।

ରାଜ୍ୟରେ ୫୦ ହଜାର ୨୬୩ ସ୍କୁଲ ଅଛି । ଏଥିରୁ ୮ ହଜାର ୨୪ ହାଇସ୍କୁଲ ଓ ୪୨ ହଜାର ୨୩୯ ପ୍ରାଥମିକ ସ୍କୁଲ ଅଛି । ୧୩୫୧ ରୂପାନ୍ତର ସ୍କୁଲର ୧୧୦୧ରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ସରିଛି । ୨୫୦ ସ୍କୁଲରେ କାମ ଚାଲଛି । ୧୧ ହଜାର ଶିକ୍ଷକ ନିଯୁକ୍ତି ସରିଥିବା ବେଳେ ୭ ହଜାର ଶିକ୍ଷକ ନିଯୁକ୍ତି ପାଇଁ ମାର୍ଚ୍ଚ ୧୦ ରେ ପରୀକ୍ଷା ସରିଛି । ୬ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

ସେହିପରି ରାଜ୍ୟରେ ସମୁଦାୟ ୫୩ ହଜାର ଶିକ୍ଷକ ନିଯୁକ୍ତି ହେବେ । ୨୦୨୬ ଜଣଙ୍କ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ୨୦୬୪ କିରାଣୀ ନିଯୁକ୍ତି ପାଇଁ ବି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କହିଛନ୍ତି ମନ୍ତ୍ରୀ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+