ଟିକା ନେଇଥିଲେ ଦୋକାନ ଖୋଲିବାକୁ ମିଳିବ ଅନୁମତି

ଟିକା ନିଅ, ଦୋକାନ ଖୋଲ । ଟିକା ନ ନେଲେ ଦୋକାନ ବନ୍ଦ । ଗଞ୍ଜାମ ଜିଲ୍ଲାପାଳଙ୍କ ଏପରି ନୂଆ ନିର୍ଦ୍ଦେଶ ।

ବ୍ରହ୍ମପୁର: ଟିକା ନିଅ, ଦୋକାନ ଖୋଲ । ଟିକା ନ ନେଲେ ଦୋକାନ ବନ୍ଦ । ଗଞ୍ଜାମ ଜିଲ୍ଲାପାଳଙ୍କ ଏପରି ନୂଆ ନିର୍ଦ୍ଦେଶ । ଜିଲ୍ଲାରେ ଏଣିକି ସବୁ ଦୋକାନୀ କରୋନା ଟିକା ନେବାକୁ ବାଧ୍ୟ । ଟିକା ନେବା ପରେ ତାହାର ପ୍ରମାଣ ପତ୍ର ମଧ୍ୟ ଦୋକାନ ସମ୍ମୁଖରେ ପ୍ରଦର୍ଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Ganjam

ତେବେ ଟିକା ନ ନେଇଥିଲେ କିମ୍ବା ଟିକା ନେଇ ପ୍ରମାଣ ପତ୍ର ଦୋକାନ ସମ୍ମୁଥ ପ୍ରଦର୍ଶିତ ନ କରିଥିଲେ ସେସବୁ ଦୋକାନକୁ ଖୋଲିବାକୁ ଅନୁମତି ଦିଆଯିବନି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଜିଲ୍ଳାରେ ପ୍ରାଥମିକତା ଭିତରେ ଦୋକାନୀମାନଙ୍କୁ , ଟ୍ୟାକ୍ସି ଡ୍ରାଇଭର, ଅଟୋ ଡ୍ରାଇଭର, ହାଟବଜାରରେ ବିକ୍ରି କରୁଥିବା ଦୋକାନୀମାନଙ୍କୁ ଟିକା ଦିଆଯିବ । ବ୍ୟବସାୟୀ ନିଜେ ଟିକା ନେବା ସହ ନିଜ ଦୋକାନୀ କର୍ମଚାରୀଙ୍କ ପ୍ରବର୍ତ୍ତାଇବାକୁ ହେବ ।

ଜିଲ୍ଲାରେ ୨୬,୩୮,୧୩୨ ଟିକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତି ବ୍ଲକ ପିଛା ଦୈନିକ ପାଖାପାଖି ୧୨୦୦ ଜଣ ଯେପରି ଟିକା ଗହଣ କରିବେ ସେହି ଅନୁସାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପଞ୍ଚସୂତ୍ରୀ ନିୟମ କଡାକଡି କରିବାକୁ ବ୍ୟାପକ ଚଢାଉ ହେବ । ଔଷଧ ଦୋକାନ ଓ ବ୍ୟସାୟୀ ସଂଘ ସହ ଯୋଗସୂତ୍ର ରକ୍ଷାକରି ବର୍ତ୍ତମାନ ସ୍ଥିତିରେ କେଉଁ ଔଷଧ ଅଧିକ ମାତ୍ରାରେ ବିକ୍ରି ହେଉଛି ଏବଂ କେଉଁ ଲକ୍ଷଣ ଜନିତ ଔଷଧ ବିକ୍ରି ହେଉଛି ସେହି ତଥ୍ୟ ସ୍ୱାସ୍ଥ୍ୟ ଅଧିକାରୀଗମ ଜୁମ୍ ବୈଠକ କରି ପଚାରି ବୁଝିବାକୁ ସେ କହିଛନ୍ତି । ବିବାହ ଭୋଜି , ବଣଭୋଜି ଇତ୍ୟାଦି ଉପରେ ଚଢାଉ ଜୋରଦାର ହେବ । ରୋଗୀ ନଥିବା ଚିକିତ୍ସା କେନ୍ଦ୍ରକୁ ପର୍ଯ୍ୟାୟ କ୍ରମେ ବନ୍ଦ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+