ମଣିଷ ଖାଇଲା ମଣିଷ ମାଂସ; ଗାମୁଛାରେ ବାନ୍ଧି ନେଉଥିଲେ ଅଧାପୋଡ଼ା ଶବର ମାଂସ
ବାରିପଦା: ମଣିଷ ଖାଇଲା ମଣିଷ ମାଂସ । ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ପ୍ରତାପପୁର ପଞ୍ଚାୟତ ବନ୍ଧସାହି ଗାଁରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଧାପୋଡା ଶବର ମାଂସ ଖାଇବାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଛି । ଦୁଇ ଜଣକୁ ଗ୍ରାମବାସୀ ଅଟକ ରଖିଛନ୍ତି ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ ମଙ୍ଗଳବାର ବନ୍ଧସାହି ଗାଁର ୨୫ ବର୍ଷୀୟା ଯୁବତୀ ମଧୁସ୍ମିତା ସିଂଙ୍କ ଦେହ ଅସୁସ୍ଥ ହୋଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା କେସ ନଂ ୪୦ୟ୨୩ରେ ରୁଜୁ କରିଥିଲା ।

ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନାକୁ ପଠାଯାଇଥିଲା । ସେଠାରୁ ଶବ ବ୍ୟବଚ୍ଛେଦ କରି ଘରକୁ ଆଣିବା ପରେ ଶବ ସତ୍କାର ପାଇଁ ଗାଁ ମଶାଣୀକୁ ନେଇଥିଲେ ପରିବାର ଲୋକ । ତେବେ ଶବ ପୋଡ଼ା ଚାଲିଥିବା ସମୟରେ ଦୁଇ ଜଣ ଲୋକ ଶବର ପୋଡ଼ା ମାଂସକୁ ଆଣି ଖାଇବାକୁ ଲାଗିଥିଲେ । ଏହା ଦେଖି ଉତ୍ୟକ୍ତ ଲୋକେ ସେମାନଙ୍କୁ ମାଡ ମାରିବା ସହ ଗାମୁଛାରେ ବାନ୍ଧି ଆଣିଥିବା ମାଂସକୁ ଉଦ୍ଧାର କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ।
ବହୁ ପୂର୍ବରୁ ମଣିଷ ମଣିଷକୁ ହତ୍ୟା କରି ଖାଉଥିଲା । ଏଭଳି ପରମ୍ପରା ପ୍ରାଚୀନ କାଳରେ ଦେଖିବାକୁ ମିଳୁଥିଲା । ଯାହାକୁ ନରଭକ୍ଷୀ ବୋଲି କୁହାଯାଉଥିଲା । ଏମିତି ଅନେକ କିଛି କାହାଣୀ ଆମେମାନେ ଶୁଣିଛେ । କିନ୍ତୁ ଏହା କଣ ସତ ।












Click it and Unblock the Notifications