ବ୍ରହ୍ମପୁରରେ ଅଭାବନୀୟ ଘଟଣା ; ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା
ଗୁଳିମାଡ଼ରେ ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ତାଙ୍କ ମୃତ୍ୟୁ । ବ୍ରହ୍ମପୁରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବ୍ରହ୍ମାନଗର ଅଞ୍ଚଳରେ କିଛି ସମୟ ପୂର୍ବେ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ । ବାଇକ୍ରେ ଆସି ୨ ରାଉଣ୍ତ ଗୁଳିମାଡ଼ କରିଥିଲେ ୨ ଦୁର୍ବୃତ୍ତ ।
ତେବେ କିଛି ସମୟ ପୂର୍ବରୁ ୨ ଦୁର୍ବୃତ୍ତ ବାଇକ୍ରେ ଆସି ପୀତବାସଙ୍କୁ ଗୁଳିମାଡ଼ କରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଏମ୍କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ମୃତକ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା । ବୈଦ୍ୟନାଥପୁର ଥାନା ବ୍ରହ୍ମାନଗରଠାରେ ତାଙ୍କୁ ଗୁଳିମାଡ଼ ହୋଇଛି । ରାତି ପ୍ରାୟ ୧୦ଟା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ସେମାନେ ୨ ରାଉଣ୍ଡ ଗୁଳି ଚଳାଇଥିଲେ । ଗୁଳି ପୀତବାସଙ୍କ ଛାତିରେ ବାଜିଥିଲା । ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ଡାକ୍ତରଖାନା ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୀତବାସ ବିଜେପି ଦଳର ସକ୍ରିୟ ସଦସ୍ୟ ଥିଲେ । ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ନେଇ ସେ ଖୁଲାସା କରୁଥିଲେ । ତେବେ କିଏ ଓ କାହିଁକି ତାଙ୍କ ଉପରେ ଆକ୍ରମଣ କଲେ ଜଣାପଡ଼ିନି ।

ସେ ବିଜେପିର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୂର୍ବ ସରକାରର ବିଭିନ୍ନ ଦୁର୍ନୀତି ସଂପର୍କରେ ସେ ଖୁଲାସା କରୁଥିଲେ । ପୂର୍ବରୁ ସେ କଂଗ୍ରେସର ପ୍ରବକ୍ତା ଭାବେ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ତେବେ କିଏ ଓ କାହିଁକି ତାଙ୍କୁ ଗୁଳି କରିଛନ୍ତି ତାହା ସ୍ପଷ୍ଟ ଜଣାପଡ଼ିନାହିଁ।
ଆ ଦିନତମାମ ପୀତବାସ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂର୍ବ ଶତ୍ରୁତା ନା ରାଜନୈତିକ କାରଣରୁ ଏହି ଗୁଳିକାଣ୍ଡ ହୋଇଛି ତାହା ଜଣାପଡ଼ିନାହିଁ। ଖବର ପାଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବ୍ରହ୍ମପୁର ବିଧାୟକ ଅନୀଲ କୁମାରଙ୍କ ସମେତ ବରିଷ୍ଠ ବିଜେପି ନେତାମାନେ ମେଡିକାଲରେ ପହଞ୍ଚିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ ଆଜି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍ ଓ ବୈଦ୍ୟନାଥପୁର ଥାନାଧିକାରୀ ସୁଚିତ୍ରା ପରିଡ଼ା ଉଭୟ ଛୁଟିରେ ଅଛନ୍ତି। ସ୍ବର୍ଗତ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ଥିଲେ।












Click it and Unblock the Notifications