ସୁନ୍ଦରୀ ପାଇଁ ନବୀନଙ୍କୁ ଚିଠି ଲେଖିଲେ ଶିବରାଜ
ବାଘୁଣୀ ସୁନ୍ଦରୀକୁ ନବୀନଙ୍କୁ ଶିବାରଜଙ୍କ ଚିଠି । ଉତ୍ତମ ପରିବେଶ ମଧ୍ୟରେ ସୁନ୍ଦରୀକୁ ରଖିବାକୁ କଲେ ଅନୁରୋଧ ।
ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ନବୀନଙ୍କୁ ଶିବାରଜ ସିଂ ଚୌହାନଙ୍କ ଚିଠି । ଉତ୍ତମ ପରିବେଶ ମଧ୍ୟରେ ସୁନ୍ଦରୀକୁ ରଖିବାକୁ କଲେ ଅନୁରୋଧ । ଏନେଇ ସେ ଲିଖିତ ଚିଠିର ଏକ ଟ୍ୱିଟ୍ କରିଛନ୍ତି ।

ନଭେମ୍ବର ୨୦୧୮ରେ ସାତକୋଶିଆ ଟାଇଗର ରିଜର୍ଭରେ ବାଘ ସଂଖ୍ୟା ବୃଦ୍ଧି କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥିଲା । ମଧ୍ୟପ୍ରଦେଶରୁ ବାଘ ନନ୍ଦନ ଓ ବାଘୁଣୀ ସୁନ୍ଦରୀକୁ ଅଣାଯାଇଥିଲା । ହେଲେ ବାଘ ନନ୍ଦନର ସାତକୋଶିଆରେ ମୃତ୍ୟୁ ଘଟିଥିବା ବେଳେ, ବାଘୁଣୀ ସୁନ୍ଦରୀ ମଣିଷମାରି ଖାଇବା ଅଭିଯୋଗରେ ତାକୁ ଗତ ଏକ ବର୍ଷରୁ ଅଧିକ ସମୟ ଧରି, ଆବଦ୍ଧ ମଧ୍ୟରେ ରଖାଯାଇଛି ।
आज मैंने ओडिशा के मुख्यमंत्री श्री @Naveen_Odisha जी को पत्र लिखकर मध्यप्रदेश की बाघिन सुंदरी का ध्यान रखने का अनुरोध किया है।
सुंदरी और उसके नर साथी को प्रदेश सरकार ने 2018 में राष्ट्रीय बाघ संरक्षण प्राधिकरण एवं ओडिशा सरकार के अनुरोध पर प्रदान किया था। pic.twitter.com/qPPM4VHkwP
— Shivraj Singh Chouhan (@ChouhanShivraj) December 9, 2020
ଚଳିତବର୍ଷ ରାଷ୍ଟ୍ରୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଓ ଓଡିଶା ସରକାରଙ୍କ ଅନୁରୋଧକ୍ରମେ, ମଧ୍ୟପ୍ରଦେଶରୁ ଏକ ବିଶେଷଜ୍ଞ ଦଳ ସୁନ୍ଦରବନ ଆସି ସୁନ୍ଦରୀକୁ ମୁକ୍ତ ପରିବେଶରେ ଛାଡିବା ନେଇ ଅନୁଧ୍ୟାନ କରିଥିଲେ । ହେଲେ ବିଶେଷଜ୍ଞ ଦଳ ଆଶଙ୍କା କରିଥିଲେ ଯେ, ବର୍ତ୍ତମାନ ପରିସ୍ଥିତିରେ ଯଦି ବାଘୁଣୀ ସୁନ୍ଦରୀକୁ ମୁକ୍ତ ବିଚରଣ କରିବାକୁ ଦିଆଯାଏ ତେବେ ତାହା ଉଭୟ ସୁନ୍ଦରୀ ଓ ପ୍ରକଳ୍ପ ଅଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।












Click it and Unblock the Notifications