For Quick Alerts
For Daily Alerts
ଜାଗର ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗିଲା କଟକଣା : ପଢନ୍ତୁ କେଉଁମାନଙ୍କୁ ବାରଣ ହେଲା ପ୍ରବେଶ
ଭୁବନେଶ୍ୱର । ପ୍ରତିବର୍ଷ ଜାଗର ଯାତ୍ର ସମୟରେ ଶ୍ରୀଲିଙ୍ଗରାଜଙ୍କ କ୍ଷେତ୍ରରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳେ । ଭକ୍ତମାନେ ରାତି ଅନିଦ୍ରା ହୋଇ ଦୀପ ଜାଳନ୍ତି । ସେହିପରି ଭକ୍ତଙ୍କ ମେଳରେ ଉଠେ ମହାଦୀପ । ହେଲେ ଚଳିତ ବର୍ଷ ପବିତ୍ର ଜାଗର ଯାତ୍ରାକୁ ନେଇ କଟକଣା ଲାଗିଛି । ବିଶେଷ କରି କୋଭିଡର ଦ୍ୱିତୀୟ ସଂକ୍ରମଣ ଅନ୍ୟ ରାଜ୍ୟରେ ଦେଖା ଦେଇ ଥିବାରୁ ଏହାକୁ ନେଇ ସତର୍କତା ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର ।

ଶ୍ରୀଲିଙ୍ଗରାଜଙ୍କ ପାଖରେ ହେଉଥିବା ଜାଗର ଯାତ୍ରା ପାଇଁ କୋଭିଡ୍ କଟକଣା ଜାରି କରିଛି ବିଏମସି । କୋଭିଡ୍ କଟକଣା ଭିତରେ ପାଳନ ହେବ ଚଳିତ ବର୍ଷ ଜାଗର ଯାତ୍ରା । 10ରୁ କମ୍ ଓ 60 ବର୍ଷରୁ ଅଧିକ ଲୋକଙ୍କୁ ମନ୍ଦିର ପ୍ରବେଶ ମନା କରାଯାଇଛି । ଏନେଇ ଆଜି ବିଏମସି ଓ ଲିଙ୍ଗରାଜ ମନ୍ଦିର କମିଟିର ଏକ ବୈଠକ ବସିଥିଲା । ଏହା ପରେ ଉକ୍ତ ନିଷ୍ପତି ହୋଇଛି ।