ପ୍ରଦର୍ଶନୀ ପଡ଼ିଆରେ ୧୦ରୁ ଆରମ୍ଭ ହେବ ଶିଶିର ସରସ ମେଳା

ଆସନ୍ତା ୧୦ରୁ ରାଜଧାନୀରେ ଆରମ୍ଭ ହେବ ଜାତୀୟ ସ୍ତରୀୟ ଶିଶିର ସରସ ମେଳା ୨୦୨୬ । ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ଏହି ମେଳା ଅନୁଷ୍ଠିତ କରାଯିବ । ଯାହା ଜାନୁଆରୀ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସକାଳ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ମେଳା ବୁଲିପାରିବେ ରାଜଧାନୀବାସୀ ।

Shishir Saras Mela

ତେବେ ଚଳିତ ଥର ମେଳାରେ ମୋଟ ୩୪୦ ଟି ଷ୍ଟଲ ଖୋଲାଯିବ। ଶିଶିର ସରସ ମେଳାରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀ ରହିବେ। ଏଥିସହ ୨୦ଟି ରାଜ୍ୟର ମହିଳା ଏସଏଚଜି, ଉତ୍ପାଦକ ଗୋଷ୍ଠୀ ଏବଂ ଉତ୍ପାଦକ ଉଦ୍ୟୋଗୀମାଙ୍କ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ମସଲା ସାମଗ୍ରୀ ଆଦି ବିଭିନ୍ନ ଷ୍ଟଲରେ ବିକ୍ରି ହେବ । ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ବିହାର, ଆସାମ, ଗୋଆ, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଝାଡ଼ଖଣ୍ଡ ,କେରଳ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପ୍ରମୁଖ ରାଜ୍ୟରୁ ଉଦ୍ୟୋଗୀ ଏହି ମେଳାରେ ସାମିଲ ହେବେ ।ମେଳା ଭିତରେ ୩୫ ଟି ସ୍ୱତନ୍ତ୍ର ଫୁଡ ଷ୍ଟଲ ରହିବା ସହ ପ୍ରତ୍ୟେକ ଦିନ ମେଳାରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଗତବର୍ଷ ଏହି ମେଳା ହୋଇନଥିବା ବେଳେ ଚଳିତବର୍ଷ ଏହି ମେଳାରେ ୩୦ କୋଟି ବ୍ୟବସାୟର ଲକ୍ଷ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+