ଜୁଲାଇ ୧ରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ଆଗାମୀ ୧ ତାରିଖ ଆସନ୍ତାକାଲିଠୁ ବନ୍ଦ ରହିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଶିମିଳିପାଳର ଜାମୁଆଣି, ଗୁଡୁଗୁଡିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ୍‌) କେନ୍ଦ୍ରମାନ ପରିଦର୍ଶକଙ୍କ ପାଇଁ ଖୋଲା ରହିବ। ଶିମିଳିପାଳ ଦେଶ ତଥା ବିଦେଶର ପର୍ଯ୍ୟଟକଙ୍କୁ ଏହାର ଶୋଭାରାଜି ପାଇଁ ଆକର୍ଷିତ କରିଥାଏ।

Shimlipal

ଏଥି ନିମନ୍ତେ ସାଧାରଣତଃ ଅକ୍ଟୋବର ମାସ ମଧ୍ୟଭାଗରୁ ସାଢେ ସାତ ମାସ ପର୍ଯ୍ୟଟନ ଋତୁ ଭାବେ ପରିଚିତ ଥିବାରୁ ପର୍ଯ୍ୟଟକଙ୍କୁ ଏହି ସମୟରେ ଶିମିଳିପାଳ ବୁଲିବା ପାଇଁ ସୁଯୋଗ ମିଳିଥାଏ। ତେବେ ଶିମିଳିପାଳର ରାସ୍ତାଘାଟ ବର୍ଷାଦିନେ ଅନୁକୂଳ ରହୁ ନଥିବାରୁ ବର୍ଷାଋତୁ ଆରମ୍ଭଠାରୁ ବର୍ଷାଋତୁ ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ସାଧାରଣତଃ ସାଢେ ୪ମାସ ପାଇଁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯିବା ସହିତ ପ୍ରବେଶ ଅନୁମତି ଦିଆଯାଇ ନଥାଏ।

ସୂଚନା ଅନୁଯାୟୀ ଶିମିଳିପାଳକୁ ୨୦୨୪-୨୫ ପର୍ଯ୍ୟଟନ ଋତୁ ଅର୍ଥାତ ୨୦୨୪ ଅକ୍ଟୋବର ୧୦ରୁ ୨୦୨୫ ଜୁନ ପର୍ଯ୍ୟନ୍ତ ୩୮, ୪୮୩ଜଣ ପର୍ଯ୍ୟଟକ ଆସିଛନ୍ତି। ସେଥି ମଧ୍ୟରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୨୬ହଜାର ୮୩ଜଣ, ରାଜ୍ୟ ବାହାରର ୧୨ହଜାର ୩୮୮ଜଣ ଓ ବିଦେଶୀ ପର୍ଯ୍ୟଟକ ୧୨ଜଣ ରହିଛନ୍ତି। ଏହା ବ୍ୟତୀତ କେବଳ ଦେବକୁଣ୍ଡ ଜଳପ୍ରପାତ ୭୭ହଜାର ୪୧୧ଜଣ ପର୍ଯ୍ୟଟକ ପରିଭ୍ରମଣ କରିଥିବା ଦର୍ଶାଯାଇଛି। ଏହି ସମୟ ମଧ୍ୟରେ ବରେହିପାଣି, ଗୁଡୁଗୁଡିଆ, କୁମାରୀ, ଜାମୁଆଣି ଓ ରାମତୀର୍ଥ ପରିବେଶ ପର୍ଯ୍ୟଟନ ଶିବିର ପରିଭ୍ରମଣ କରିଥିବା ପର୍ଯ୍ୟଟକଙ୍କଠାରୁ ୨କୋଟି ୭୫ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଜଙ୍ଗଲ ସଫାରୀ ବାବଦରେ ୧କୋଟି ୨୨ଲକ୍ଷ ୧୫ହଜାର ଟଙ୍କା ଏବଂ ଶିମିଳିପାଳ ପାଇଁ ଥିବା ପ୍ରବେଶ ପଥରେ ଅନୁମତି ଦିଆଯାଇଥିବା ପରମିଟ୍‌ ବାବଦ ୨୯ଲକ୍ଷ ୪୮ହଜାର ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୩-୨୪ ପର୍ଯ୍ୟଟନ ଋତୁ ତୁଳନାରେ ୨୦୨୪-୨୫ ପର୍ଯ୍ୟଟନ ଋତୁରେ ଅଧିକ ୧୦ହଜାର ୨୩ଜଣ ପର୍ଯ୍ୟଟକ ଶିମିଳିପାଳ ପରିଭ୍ରମଣ କରିଛନ୍ତି। ଅର୍ଥାତ ୨୩-୨୪ରେ ୨୮ହଜାର ୪୬୦ ପର୍ଯ୍ୟଟକ ପରିଭ୍ରମଣ କରିଥିଲା ବେଳେ ୨୪-୨୫ରେ ୩୮ହଜାର ୪୮୩ଜଣ ପର୍ଯ୍ୟଟକ ଶିମିଳିପାଳ ପରିଭ୍ରମଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+