ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ; ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିଲା ଅନୁମତି

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ । ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପ୍ରବେଶ ପାଇଁ ମିଳିଲା ଅନୁମତି । ପିଠାବଟା ଓ କାଳିଆଣି ଫାଟକରେ ପର୍ଯ୍ୟଟକଙ୍କ ପ୍ରବେଶ।।ଜୁଲାଇ ୧ରୁ ପ୍ରବେଶ ଉପରେ ଲାଗିଥିଲା କଟକଣା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଫିସ୍ ପକ୍ଷରୁ ସୂଚନା ।

ପ୍ରକୃତି ପ୍ରେମୀଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିଲା ପ୍ରକୃତିସୁନ୍ଦରୀ ଶିମିଳିପାଳ ଅଭୟାରଣ୍ୟ । ଜୈବ ବିବିଧତାରେ ଭରା ଶିମିଳିପାଳରେ ପର୍ଯ୍ୟଟନ ନୂତନ ଅନୁଭୂତି ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶିମିଳିପାଳକୁ ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ପ୍ରବେଶ ଅନୁମତି କରିବେ । ଯଶିପୁର ଏବଂ କାଳିକାପ୍ରସାଦ ପାଶ୍ୱର୍ରୁ ୩୫ଟି ଏବଂ ବାରିପଦା ପିଠାବଟା ତନଖି ଫାଟକ ଦେଇ ୨୫ଟି ଚାରିଚକିଆ ଯାନକୁ ପ୍ରବେଶ କରିବେ

ପିଠାବଟା ତନଖି ଫାଟକରୁ ପୂର୍ବାହ୍ନ ୮ଟାରୁ ୯ଟା ମଧ୍ୟରେ ଏବଂ ଯଶିପୁର ଗେଟ୍‌ ଦେଇ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ କରିବେ । ସନ୍ଧ୍ୟା ୬ଟା ସୁଦ୍ଧା ପର୍ଯ୍ୟଟକଙ୍କୁ ଫେରିବାକୁ ପଡ଼ିବ । ପ୍ରବେଶ ଅନୁମତି ପତ୍ର କେବଳ ୱେବସାଇଟ ମାଧ୍ୟମରେ ପାଇପାରିବେ । ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ୍‌ ନେବା ବାଧ୍ୟତାମୂଳକ କରାଯାଇଛି । ନିୟମାବଳୀ ଉଲ୍ଲଂଘନ କଲେ ଆଇନ୍‌ ଅନୁଯାୟୀ ଦଣ୍ଡିତ ହେବେ ବୋଲି ନିର୍ଦ୍ଦେଶାବଳୀ ଜାରି ହୋଇଛି ।

Shimlipal opens for tourists from today

ଏଥିସହ ସ୍ଥାନୀୟ ଇକୋ ଡେଭଲପ୍‌ମେଣ୍ଟ କମିଟି ଦ୍ୱାରା ପରିଚାଳିତ ଖୋଲା ଜିପ୍‌ ୱାଇଲ୍ଡ ଲାଇଫ୍‌ ସଫାରୀ ଗାଡି ବ୍ୟବହାର ନିମନ୍ତେ ପର‌୍ୟ୍ୟଟକଙ୍କୁ ୱେବସାଇଟ୍‌ ମାଧ୍ୟମରେ ଆଗୁଆ ସଂରକ୍ଷଣ କରିବାକୁ ପଡ଼ିବ । ପ୍ରଥମ ୱାଇଲ୍ଡ ଲାଇଫ୍‌ ସଫାରି ସକାଳ ସାଢେ ୫ରୁ ଆରମ୍ଭ ହୋଇ ପାଞ୍ଚ ଘଣ୍ଟା ମଧ୍ୟରେ ଶେଷ ହେବ । ସେହିପରି ଦ୍ୱିତୀୟ ୱାଇଲ୍ଡ ଲାଇଫ୍‌ ସଫାରି ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ଚାରି ଘଣ୍ଟା ମଧ୍ୟରେ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି । ଯାତ୍ରୀନିବାସ ରାତ୍ରିଯାପନ ନିମନ୍ତେ ପର‌୍ୟ୍ୟଟକଙ୍କୁ ଅଗ୍ରୀମ ଆରକ୍ଷଣ କରିବାକୁ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+