ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ, 0° ଡିଗ୍ରୀକୁ ଖସିଲା ପାରଦ
ଶିମିଳିପାଳରେ ତୁଷାରପାତ। ପ୍ରବଳ ଜାଡ଼ରେ ଥରୁଛି ଶିମିଳିପାଳ। 0° ଡିଗ୍ରୀକୁ ଖସିଲା ପାରଦ, ଜନଜୀବନ ଅସ୍ତବ୍ୟସ୍ତ। ଉପରବାର୍ହାକାମୁଡା ଓ ଦେବସ୍ଥଳୀ ଠାରେ ତୁଷାରପାତ ହୋଇଥିବା ସୂଚନା ମିଳିଛି। ଘନ କୁହୁଡ଼ି ଚାଦର ତଳେ ଅଭୟାରଣ୍ୟ ଘୋଡେଇ ହୋଇ ରହିଛି।

ଶିମିଳିପାଳ ଅଭୟାରଣ୍ୟ ଏବଂ ପାଦଦେଶରେ ଥିବା ଯଶିପୁର, ଠାକୁରମୁଣ୍ଡା, କରଞ୍ଜିଆ, ରରୁଆଁ ଓ ଶୁକୃଳି ବ୍ଲକ ଅଞ୍ଚଳରେ ଘନ କୁହୁଡ଼ି ସାଙ୍ଗକୁ ଶୀତ ଲହରୀ ଜାରି ରହିଛି। ଆଜି ସକାଳ ୬ ସୁଦ୍ଧା ଶିମିଳିପାଳର ଉପର ଉପରବାର୍ହାକାମୁଡାରେ ସର୍ବନିମ୍ନ ତାପମାତ୍ରା 0° ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଚହଲାରେ ୨° ଡିଗ୍ରୀ, ନଅଣା ଠାରେ ୪° ଏବଂ ଗୁରୁଗୁଡିଆ ଓ ବରେହିପାଣି ଠାରେ ୫° ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଏ ନେଇ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ସୂଚନା ମିଳିଛି।












Click it and Unblock the Notifications