ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
Shimilipal News: ଏସିଆ ମହାଦଶର ଦ୍ୱିତୀୟ ବୃହତ୍ତମ ଜୈବମଣ୍ତଳ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଖୋଲିଲା । ତେବେ ମୌସମୀ ଋତୁ ପାଇଁ ପ୍ରାୟ ୫ ମାସ ପାଇଁ ବନ୍ଦ ରୁହିଥାଏ ।
ସୂଚନା ଅନୁସାରେ,ଏହା ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଯିବ । ଯଶିପୁର ପାର୍ଶ୍ୱରୁ କଳିଆଣି ଗେଟରେ ପର୍ଯ୍ୟଟକଙ୍କୁ ସ୍ୱାଗତ କରାଯାଇଛି । ସେହିପରି ବାରିପଦା ଲୁଲୁଙ୍ଗ ଗେଟ୍ ଦେଇ ମଧ୍ୟ ଉଭୟାରଣ୍ୟ ଭିତରକୁ ପ୍ରବେଶ କରିପାରିବ । ସେହିପରି ବରେହିପାଣି ଏବଂ ଜରନ୍ଦାରୁ ଅପରାହ୍ନ ୩ଟା ସୁଦ୍ଧା ସମସ୍ତ ପର୍ଯ୍ୟଟକ ମାନଙ୍କୁ ଅଭୟାରଣ୍ୟ ଛାଡିବା ପାଇଁ ପଡିବ । ଉଦ୍ୟାନ ଖୋଲିବା ପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ।

ପର୍ଯ୍ୟଟଙ୍କ ସୁବିଧା ପାଇଁ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି । ସେହିପରି ଚଳିତ ବର୍ଷ ଠାରୁ ସଫାରୀ ଗାଡ଼ିରେ ବସି ଶିମିଳିପାଳ ଅଭୟାରଣ୍ୟକୁ ଉପଭୋଗ କରି ପାରିବେ ପର୍ଯ୍ୟଟକ।












Click it and Unblock the Notifications