ଜୁନ 16ରୁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ଚଳିତ ମାସ 16ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ କରିବାର ସମସ୍ତ ଗେଟ ସାଢେ ଚାରି ମାସ ପର୍ଯ୍ୟନ୍ତ ରହିବ ବନ୍ଦ । ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ ଅନ

ରାଇରଙ୍ଗପୁର: ଚଳିତ ମାସ 16ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଜାତୀୟ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ କରିବାର ସମସ୍ତ ଗେଟ ସାଢେ ଚାରି ମାସ ପର୍ଯ୍ୟନ୍ତ ରହିବ ବନ୍ଦ । ଶ୍ୟାମାଖୁଣ୍ଟା ବ୍ଲକ ଅନ୍ତର୍ଗତ ପୀଠାବଟା ଫାଟକ ସମେତ ଯଶୀପୁର ବ୍ଲକ ଅନ୍ତର୍ଗତ କାଳିଆଣି ଫାଟକରେ ପର୍ଯ୍ୟନ୍ତ ସବୁ ବନ୍ଦ ରହିବ ।

shimilipala

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଏଭଳି ନିଷ୍ପତ୍ତି ନିଆଯାଇଛି । ଆଗକୁ ବର୍ଷା ୠତୁ ଥିବାରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଜୁନ 16ରୁ ଅକ୍ଟୋବର 31 ପର୍ଯ୍ୟନ୍ତ ପର୍ଯ୍ୟଟକ ମାନଙ୍କ ପାଇଁ ଶିମିଳିପାଳ ବନ୍ଦ ରହିବ ।

ପର୍ଯ୍ୟଟକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଥାଏ । ତେବେ ନଭେମ୍ବର ମାସ 1 ତାରିଖରୁ ପୁନଃ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ ପାଇଁ ପର୍ଯ୍ୟଟକମାନଙ୍କୁ ଅନୁମତି ମିଳିବ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+