ଶାନ୍ତି ମିଶ୍ର ହତ୍ୟା ମାମଲା ; ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବହୁ ଚର୍ଚ୍ଚିତ ବ୍ରହ୍ମପୁର ଶାନ୍ତି ପ୍ରସାଦ ମିଶ୍ର ହତ୍ୟା ମାମଲାରେ ୧୧ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ । ୧୧ ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଲେ ଜିଲ୍ଲା ଓ ଦୌରା ଜଜ୍ ।

Shanti Mishra murder case

ସୂଚନାଯୋଗ୍ୟ ଯେ, ଶାନ୍ତି ପ୍ରସାଦ ମିଶ୍ରଙ୍କ ନାମରେ ଏକାଧିକ ମାମଲା ରହିଥିଲା । ଗତ ୨୦୧୩ ଜାନୁଆରୀ ୨୯ ତାରିଖ ସକାଳେ ଶାନ୍ତି ମିଶ୍ର ଗୋଶାଣିନୂଆଗାଁ ଥାନାକୁ ଯାଇ ସେଠାରେ ହାଜିରା ଦେଇଥିଲେ । ସେଠାରୁ ସେ ବାଇକ୍‌ରେ ଘରକୁ ଫେରୁଥିଲେ । ଗୋଶାଣିନୂଆଗାଁ ଗୁଣ୍ଡିଚା ମନ୍ଦିର ନିକଟରେ କେତେକ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଥିଲେ ।

ସେ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଥିଲେ । ସେ ନିଜର ପ୍ରାଣ ବଞ୍ଚାଇବା ପାଇଁ ଶେଷରେ ନିକଟରେ ଥିବା ଏକ ପୋଖରୀ ଭିତରେ ପଶିଯାଇଥିଲେ । ହେଲେ ଦୁର୍ବୃତ୍ତ ମାନେ ସେଠାରେ ଆତଙ୍କରାଜ ଖେଳାଇବା ସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଥିଲେ । ପୋଖରୀ ଭିତରେ ଥିବା ଶାନ୍ତି ମିଶ୍ରଙ୍କୁ ସେମାନେ ଚାଟିପଟେ ଘେରିଯାଇ ସଂଘବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା କରିଥିଲେ । ପରେ ଅପରାଧୀ ମାନେ ସେଠାରୁ ଚମ୍ପଟ ମାରିଥିଲେ । ପୋଲିସ ସେଠାରେ ପହଞ୍ଚି ଗୁରୁତର ଆହତ ଶାନ୍ତିଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+