ପିପିଲିରେ ଲଜ୍ଜା: ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ
ପିପିଲିରେ ଲଜ୍ଜା । ମାନସିକ ବିକାରଗସ୍ତ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ପରେ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିବା ପିପିଲି ଥାନାରେ ଅଭିଯୋଗ ହୋଇଛି ।
ମାମଲା ରୁଜୁ କରି ଅଭିଯୁକ୍ତ ସ୍ବର୍ଯ୍ୟକାନ୍ତ ସ୍ବାଇଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ଅଭିଯୋଗ ଅନୁଯାୟୀ, ପିପିଲି ଥାନା ସାତଶଙ୍ଖ ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀକୁ ଘରେ ଏକୁଟିଆ ପାଇ ସେହି ଗ୍ରାମର ଜଣେ ଯୁବକ ୨୫ ତାରିଖ ଦିନ ଦୁଷ୍କର୍ମ କରିବା ସହ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା ।

ଯୁବତୀଙ୍କ ଚିତ୍କାର ଶୁଣି ପରିବାର ଲୋକେ ସେଠାରେ ପହଞ୍ଚି ଏହା ଦେଖିବା ପରେ ଯୁବତୀଙ୍କ ଭାଇ ବଡ ପାଟିରେ ଡାକ ପକାଇଥିଲା । ପଡିଶା ଲୋକେ ଘଟଣାସ୍ଥଳରେ ପହଞ୍ଚି ପରିବାର ସଦସ୍ୟଙ୍କ ସହ ମିଶି ଯୁବତୀକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରିଥିଲେ । ଅଭିଯୁକ୍ତ ସେମାନଙ୍କୁ ଧକ୍କା ମାରି ସେଠାରୁ ଫେରାର ହୋଇଯାଇଥିଲା । ପୀଡିତାଙ୍କ ବାପା ଏ ସଂପର୍କରେ ଅଭିଯୋଗ କରିବାକୁ ସେହିଦିନ ପିପିଲି ଥାନାକୁ ଆସୁଥିବା ବେଳେ ବାଟରେ ଅଭିଯୁକ୍ତ ଏକ କଟୁରୀ ଧରି ତାଙ୍କୁ ବିଭିନ୍ନ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି ।
ଏ ସଂପର୍କରେ ଖବର ପାଇ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ, ସାତଶଙ୍ଖ ଫାଣ୍ଡି ଅଧିକାରୀ ମନୋରଞ୍ଜନ ପରିଡା, ତଦନ୍ତକାରୀ ଅଧିକାରୀ ଏସ୍ଆଇ ଭାସ୍କର ମାଣିଆ ପ୍ରମୁଖ ସୋମବାର ସକାଳେ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ଚଢାଉ କରି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲେ। ଏ ନେଇ ପୀଡିତାଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପିପିଲି ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ସୂର୍ଯ୍ୟ ନାରାୟଣ ସ୍ୱାଇଁକୁ ଗିରଫ କରି ପୁଲିସ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।
ଅଶ୍ଳୀଳ ଭିଡିଓ କରି ସମ୍ପର୍କୀୟ ଝିଆରୀକୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ
ଭିଡିଓ ଭାଇରାଲ୍ ଧମକ ଦେଇ ଝିଆରୀକୁ ଦୁଷ୍କର୍ମ । ପିପିଲି ଅଞ୍ଚଳରେ ଅଭାବନୀୟ ଘଟଣା । ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ସହିତ ତା'ର ସମ୍ପର୍କୀୟ ଦାଦା ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି । ଅଶ୍ଳୀଳ ଫଟୋ ଭାଇରାଲର ଧମକ ଦେଇ ଅଭିଯୁକ୍ତ ଜଣକ ସଂପୃକ୍ତ ନାବାଳିକା ସହିତ ଏକାଧିକବାର ଦୁଷ୍କର୍ମ କରିଥିବା ଜଣାପଡ଼ିଛି । ଘଟଣାଟି ଘଟିଛି ସାତଶଙ୍ଖ ଫାଣ୍ଡି ଅଞ୍ଚଳରେ । ଅଭିଯୋଗ ପରେ ଅଭିଯୁକ୍ତ ଦାଦାକୁ ଗିରଫ କରିଛି ପୁଲିସ । ପୀଡ଼ିତାଙ୍କ ମା'ଙ୍କ ଅଭିଯୋଗ ଅନୁସାରେ ପଡ଼ୋଶୀ ସମ୍ପର୍କୀୟ ଦାଦା ପ୍ରତିଦିନ ନାବାଳିକାଙ୍କ ଘରକୁ ଯିବାଆସିବା କରନ୍ତି । ଏପରିକି ତାଙ୍କ ଘରେ ବହୁ ସମୟ ଧରି ଟିଭି ଦେଖନ୍ତି । ଏହାରି ଭିତରେ ଦାଦାର ଲୋଲୁପ ଦୃଷ୍ଟି ଝିଆରୀ ଉପରେ ପଡ଼ିଥିଲା । ଘରେ କେହି ନଥିବାର ସୁଯୋଗ ନେଇ ସେ ପ୍ରଥମେ ଝିଆରୀଙ୍କୁ ଦୁଷ୍କର୍ମ କରି ତା'ର ଫଟୋ ଓ ଭିଡିଓ ରେକର୍ଡିଂ କରିଥିଲା । ପରବର୍ତ୍ତୀ ସମୟରେ ସେହି ଫଟୋ ଓ ଭିଡିଓକୁ ଭାଇରାଲ୍ କରିବାର ଧମକ ଦେଇ ଏକାଧିକ ଥର ଝିଆରୀଙ୍କୁ ଦୁଷ୍କର୍ମ କରିଥିଲା । ଭୟରେ ନାବାଳିକା ମୁହଁ ଖୋଲୁନଥିଲା । ଏ ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରିଛି । ପୀଡ଼ିତା ଓ ଅଭିଯୁକ୍ତକୁ ଡାକ୍ତରୀ ମାଇନା କରାଯାଇଛି । ଆଜି ଅଭିଯୁକ୍ତକୁ ପୁରୀ ସ୍ବତନ୍ତ୍ର(ପୋକ୍ସୋ)କୋର୍ଟକୁ ଚାଲାଣ କରାଯିବ ବୋଲି ପୁଲିସ କହିଛି ।












Click it and Unblock the Notifications