ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ 'ଶକ୍ତିଶ୍ରୀ' ସଂଯୋଜିକା
ଏଣିକି ଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚ୍ଚ ଶିକ୍ଷାନୁଷ୍ଠାନରେ ରହିବେ 'ଶକ୍ତିଶ୍ରୀ' ସଂଯୋଜିକା। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ପ୍ରିନ୍ସିପାଲଙ୍କୁ ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ହୋଇଛି। ବାଲେଶ୍ୱର ଏଫଏମ ଘଟଣା ପରେ ଉଚ୍ଚ ଶିକ୍ଷା ବିଭାର ପକ୍ଷରୁ ଏହି ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ଜଣେ ଅଧ୍ୟାପିକାଙ୍କୁ ଶକ୍ତିଶ୍ରୀ ସଂଯୋଜିକା ଭାବେ ମନୋନୀତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୪ ସୁଦ୍ଧା 'ଶକ୍ତିଶ୍ରୀ' ସଂଯୋଜିକା ମନୋନୀତ କରି ଦାୟିତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଛାତ୍ରୀଙ୍କୁ ସଶକ୍ତୀକରଣ ଓ ସେମାନଙ୍କ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।













Click it and Unblock the Notifications