ରାଉରକେଲାରେ ଶାହାଙ୍କ ଗର୍ଜନ, ଓଡିଶାର ୧୫ ଲୋକସଭା, ୭୫ ବିଧାନସଭା ଆସନରେ କରିବୁ ବାଜିମାତ
ରାଉରକେଲାରେ ଶାହାଙ୍କ ଗର୍ଜନ । କହିଲେ ଓଡିଶାରେ ବିଜେପି ୧୫ ଲୋକସଭା ଆସନ ସହିତ ଜିତିବ ୭୫ ବିଧାନସଭା ଆସନ । ଏଥର ଓଡିଶାରେ ବିଜେପି ସରକାର ସହିତ କେନ୍ଦ୍ରରେ ମଧ୍ୟ ବିଜେପି ସରକାର ଗଢିବ ବୋଲି କହିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ।

ରାଉରକେଲାରେ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ନିର୍ବାଚନର ଏପର୍ଯ୍ୟନ୍ତ ଯେଉଁ ୪ଟି ପର୍ଯ୍ୟାୟ ଶେଷ ହେଇଛି, ସେଥିରେ ମୋଦୀ ୨୭୦ ସିଟ୍ ପାର୍ କରି ୪୦୦ ସିଟ୍ ଅଭିମୁଖେ ବଢୁଛନ୍ତି । ଏଥର ଓଡିଶାରେ ମଧ୍ୟ ପଦ୍ମ ଫୁଲର ସରକାର ହେବ । ଓଡିଶାରେ ବିଜେପି ସରକାର ବନେଇବାକୁ ହେବ ଏବଂ କେନ୍ଦ୍ରରେ ବି ବିଜେପି ସରକାର ବନେଇବାକୁ ହେବ । ଓଡିଶାରେ ଡବଲ ପରିବର୍ତ୍ତନ ହେବାକୁ ଯାଉଛି । ଲୋକସଭାରେ ୧୫ରୁ ଅଧିକ ସାଂସଦ ଏବଂ ୭୫ରୁ ଅଧିକ ବିଧାୟକ ସହିତ ଓଡିଶା ଗେରୁଆ ରଙ୍ଗରେ ରଙ୍ଗୀନ ହେବାକୁ ଯାଉଛି ବୋଲି ଶାହା କହିଛନ୍ତି ।
ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏ ନିର୍ବାଚନ ମୋଦୀଙ୍କୁ ୩ୟ ଥର ପ୍ରଧାନମନ୍ତ୍ରୀ ବନେଇବାର ନିର୍ବାଚନ । ଏ ନିର୍ବାଚନ ଦେଶର ଅର୍ଥନୀତିକୁ ୩ୟ ବୃହତ ଅର୍ଥନୀତି ବନେଇବାର ନିର୍ବାଚନ । ଏଥିସହ ୩ କୋଟି ଲକ୍ଷପତି ଦିଦି, ୩ କୋଟି ଗରିବଙ୍କୁ ଘର ଦେବା ପାଇଁ ଏ ନିର୍ବାଚନ ହେଉଛି ବୋଲି ଶାହା କହିଛନ୍ତି । ତା ସହ ଏ ନିର୍ବାଚନ ଓଡିଶାରେ ନବୀନ ବାବୁଙ୍କୁ ବାହାର କରି ବିକାଶର ଯୁଗ ଆରମ୍ଭ କରିବାର ନିର୍ବାଚନ ବୋଲି ଶାହା କହିଛନ୍ତି । ଖାଲି ସେତିକି ନୁହେଁ ବିଜେଡି ଏବଂ କଗ୍ରେସକୁ ଟାର୍ଗେଟ କରି ଶାହା କହିଛନ୍ତି, କଂଗ୍ରେସ ପାର୍ଟି ୫୦୦ ଶହ ବର୍ଷ ଧରି ରାମ ମନ୍ଦିର ମୁଦ୍ଦାକୁ ଲଟକେଇ ରଖିଥିଲା । ହେଲେ ମୋଦୀ ୨ୟ ଥର ପ୍ରଧାନମନ୍ତ୍ରୀ ହେବା ପରେ, ଏହାର ଭୂମି ପୂଜନ କଲେ ଏହାର ପ୍ରାଣ ପ୍ରତିଷ୍ଠା ମଧ୍ୟ କଲେ । ଯେତେବେଳେ ସାରା ଦେଶ ରାମ ଉତ୍ସବ ମନାଉଥିଲା, ସେତେବେଳେ ବିଜେଡି ସରକାର ଏହାକୁ ଓଡିଶାରେ ରୋକିଥିଲା । ରାମ ମନ୍ଦିର ଉତ୍ସବ ମନେଇବାକୁ ଯିଏ ରୋକିଥିଲା, ତାକୁ ଭୋଟ୍ ଦେବା ଉଚିତ୍ କି ବୋଲି ଶାହା ପ୍ରଶ୍ନ କରିଛନ୍ତି ।
ଅନ୍ୟପଟେ ଏ ନିର୍ବାଚନ ଓଡିଶାରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପୁନଃ ପ୍ରସ୍ତାବିତ କରିବାର ନିର୍ବାଚନ । ମୋଦୀ ଓଡିଶାର ଆଦିବାସୀ ଝିଅଙ୍କୁ ମହାମହିମ ଦ୍ରୌପଦୀ ମୁର୍ମୁ କରିଛନ୍ତି, ପୂରା ଓଡିଶାର ସମ୍ମାନ କରିବାର କାମ କରିଛନ୍ତି ମୋଦୀ । ଏବେ ଜି-୨୦ ସମ୍ମିଳନୀରେ ନରେନ୍ଦ୍ର ମୋଦୀ ଗୋଟିଏ ଜାଗାରେ ଛିଡା ହେଇ ସାରା ବିଶ୍ୱର ନେତାଙ୍କୁ ସ୍ୱାଗତ କଲେ । ଏହା ପଛରେ ରହିଥିଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ଫଟୋ ରହିଥିଲା । ଖାଲି ସେତିକି ନୁହେଁ, ମୋଦୀ ପାଇକ ସଂଗ୍ରାମର ସମ୍ମାନ କରିଥିଲେ । ଏଥିପାଇଁ କଏନ୍ ଏବଂ ଡାକ ଟିକେଟ୍ ପ୍ରଚଳନ କରିଥିଲେ । ହେଲେ ବିଜେଡି ସରକାର କିନ୍ତୁ ଓଡିଶା ଗୌରବର ଅପମାନ କରୁଛି । ଓଡିଶାର ଶାସନ ଓଡିଆରେ ଚାଲିବା ଦରକାର ନା ତାମିଲରେ ଚାଲିବା ଦରକାର ବୋଲି ଶାହା ପ୍ରଶ୍ନ କରିଛନ୍ତି ।
ତା ସହିତ ଆସ୍ଥା ଓ ଶ୍ରଦ୍ଧାର କେନ୍ଦ୍ର ଭଗବାନ ଜଗନ୍ନାଥଙ୍କ ସବୁ ଦ୍ୱାର ଖୋଲୁନାହାଁନ୍ତି । ପରିକ୍ରମା ନାଁରେ ଜଗନ୍ନାଥ ମନ୍ଦିରକୁ ଅପମାନ କରିବାର କାମ ହେଉଛି । ବର୍ଷ ବର୍ଷ ଧରି ଜଗନ୍ନାଥ ଭକ୍ତ ରତ୍ନ ଭଣ୍ଡାରର ଚାବିର ରହସ୍ୟ ପଚାରୁଛନ୍ତି । ଏହାକୁ ସାର୍ବଜନୀନ କରିବା ଦରକାର କି ନୁହେଁ ? ରତ୍ନଭଣ୍ଡାରର ଅସଲି ଚାବି କେଉଁଠି? ଡୁପ୍ଲିକେଟ୍ ଚାବି କିଏ ବନେଇଲା? ଡୁପ୍ଲିକେଟ୍ ଚାବିରେ ରତ୍ନଭଣ୍ଡାର ଖୋଲାହେଇଛି କି ନାହିଁ ବୋଲି ପ୍ରଶ୍ନ କରିବା ସହିତ ଯାଂଚ ରିପୋର୍ଟକୁ କାହିଁକି ନବୀନ ସରକାର ଚପେଇ ରଖିଛି, ଏହାକୁ ସାର୍ବଜନୀନ କରାଯାଉ ବୋଲି ଶାହା କହିଛନ୍ତି । ଏଥିସହ ବିଜେପି ସରକାର ହେଲେ ଯାଂଚ ଆୟୋଗ ରିପୋର୍ଟ ଗୋଟିଏ ମାସରେ ସାର୍ବଜନୀନ କରିବୁ ବୋଲି ରାଉରକେଲାରେ କହିଛନ୍ତି ଶାହା ।












Click it and Unblock the Notifications