କେନ୍ଦୁଝରରେ ଶାହାଙ୍କ ଗର୍ଜନ , କହିଲେ ଆଦିବାସୀଙ୍କ ବିକାଶ ପାଇଁ ବିଜେପି କାମ କରୁଛି

କେନ୍ଦୁଝରରେ ଶାହାଙ୍କ ଗର୍ଜନ । କେନ୍ଦୁଝରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା କ୍ରମରେ ଅମିତ ଶାହ କହିଛନ୍ତି, ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ରାଷ୍ଟ୍ରପତି କରିଛନ୍ତି । ଏହାସହ ଆଦିବସୀ ସମ୍ପ୍ରଦାୟକୁ ଉଚିତ ସମ୍ମାନ ଦେଇଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାମ କରିଥିଲେ । ଏବେ ଏହାକୁ ଆଗକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

AMIT SHAH

ଏହାସହ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, 'କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ କଲ୍ୟାଣ ପାଇଁ ମାତ୍ର ୨୫ ହଜାର କୋଟି ମିଳୁଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏହାକୁ ବୃଦ୍ଧି ୧ ଲକ୍ଷ ୨୫ ହଜାର କୋଟି କରିଛନ୍ତି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ ମୋଦୀ ସରକାର ଛିଡା କରିଥିବା ବେଳେ ୪୦ ହଜାର ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି । । ବିଜେପି ଓଡ଼ିଶା ପାଇଁ ଯେଉଁ ସଂକଳ୍ପପତ୍ର ଆଣିଛି ସେଥିରେ କେନ୍ଦୁପତ୍ର ତୋଳାଳୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଆଦିବାସୀ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ମୋଦୀ ସରକାର' ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+