Get Updates
Get notified of breaking news, exclusive insights, and must-see stories!

ଚାନ୍ଦବାଲିରେ ଶାହାଙ୍କ ଗର୍ଜନ; ଓଡ଼ିଶା ଭାଷା ଓ ଅସ୍ମିତାକୁ ନେଇ ପୁଣି ବର୍ଷିଲେ ଶାହା

ଆଜି ଭଦ୍ରକ ଚାନ୍ଦବାଲି ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା । ସେଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଅମିତ ଶାହା ଓଡ଼ିଶାରେ ସରକାର ଗଢିବା ସହ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ରଣହୁଙ୍କାର ଦେଇଛନ୍ତି । ଶାହା କହିଛନ୍ତି, ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ୫ମ ପର୍ଯ୍ୟାୟ ନିର୍ବାଚନ ଶେଷ ସୁଦ୍ଧା ବିଜେପି ୩୧୦ ଆସନ ଜିତିସାରିଲେଣି । ୬ଷ୍ଠ ଓ ୭ମ ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ । ଓଡ଼ିଶାରେ ୭୫ରୁ ଅଧିକ ବିଧାନସଭା ଆସନ ଜିତି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢିବ ବିଜେପି । ୪ ଜୁନରେ ନବୀନ ପଟ୍ଟନାୟକ ପୂର୍ବ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ହେବେ । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଆ କହୁଥିବେ, ଯୁବକ ଥିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ହୋଇଥିବେ । ୨୫ ବର୍ଷ ପରେ ଓଡ଼ିଆ ଲେଖୁଥିବା ଓ ଓଡ଼ିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ପାଇବ ଓଡ଼ିଶା ।

AMIT SHAH

ଓଡ଼ିଶାର ଶାସନ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଚଲାଇବା ଉଚିତ ନା ତାମିଲ ବାବୁ ଚଲାଇବା ଉଚିତ । ଏହି ନିର୍ବାଚନ ଓଡ଼ିଆ ଅସ୍ମିତାର ନିର୍ବାଚନ । ଓଡ଼ିଆ ଭାଷା, ସାହିତ୍ୟ, କଳା, ସ୍ୱାଭିମାନର ନିର୍ବାଚନ । ପରଦା ପଛରେ ରହି କେହି ତାମିଲ ବାବୁ ଓଡ଼ିଶାର ଶାସନ ଚଲାଇବାକୁ ଗ୍ରହଣ କରିବା ଉଚିତ୍ କି? ପଦ୍ମ ଫୁଲରେ ମୋହର ମାରିଲେ ଏଠାକାର ଜନସେବକ ଓଡ଼ିଶାର ଶାସନ କରିବ । ଓଡ଼ିଶା ଦେଶର ସବୁଠୁ ସମୃଦ୍ଧ ରାଜ୍ୟ । ପ୍ରାକୃତିକ ସମ୍ପଦରେ ଭରପୂର ଥିବା ସମୃଦ୍ଧ ଓଡ଼ିଶାର ଲୋକ ଗରିବ । ଏଥିପାଇଁ କେବଳ ଆଉ କେବଳ ନବୀନ ପଟ୍ଟନାୟକ ହିଁ ଦାୟୀ । ଓଡ଼ିଶାର ଯୁବବର୍ଗ ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି । ବିଜେପି ସରକାରରେ ଓଡ଼ିଶାର ଯୁବବର୍ଗ ଓଡ଼ିଶାରେ ହିଁ କାମ କରିବେ ।

ଅଯୋଧ୍ୟାରେ ୫୦୦ ବର୍ଷ ପରେ ରାମ ମନ୍ଦିର ନିର୍ମାଣ ହେଲା । ପୂରା ଦେଶ ଓ ବିଶ୍ୱ ରାମ ଉତ୍ସବରେ ନିମଗ୍ନ ଥିଲେ । କିନ୍ତୁ ତାମିଲ ବାବୁ ଓଡ଼ିଶାର ଲୋକଙ୍କୁ ଏହି ଉତ୍ସବରୁ ଦୂରେଇ ରଖିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଚାଲିବା ଉଚିତ୍ । ନବୀନ ପଟ୍ଟନାୟକ କୁହନ୍ତୁ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି କୁଆଡେ ଗଲା? ଡୁପ୍ଲିକେଟ ଚାବି କାହିଁକି ହେଲା? ଯାଞ୍ଚ ରିପୋର୍ଟ କାହିଁକି ସାବର୍ଜନୀନ କରାଗଲାଣି । କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଛି ବିଜେଡି? ଏହାର ଉତ୍ତର ଦିଅନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ସରକାର ହେଲେ ଗୋଟିଏ ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବୁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+