ଉତ୍ତରାଖଣ୍ଡ, ହିମାଚଳରେ ଭୟଙ୍କର ପରିସ୍ଥିତି; ବାଦଲଫଟା ବର୍ଷା ନେଲା ୧୫ ଜଣଙ୍କ ଜୀବନ

ଉତ୍ତରାଖଣ୍ଡ, ହିମାଚଳରେ ଭୟଙ୍କର ପରିସ୍ଥିତି । ବାଦଲଫଟା ବର୍ଷା ନେଲା ୧୫ ଜଣଙ୍କ ଜୀବନ । ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ଲଗାଣ ବର୍ଷା ଓ ଭୂସ୍ଖଳନ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି । ବାଦଲଫଟା ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଆଜି ଉଭୟ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ନିଖୋଜ ଅଛନ୍ତି । ଉତ୍ତରାଖଣ୍ଡ ଓ ହିମାଚଳପ୍ରଦେଶରେ ଲଗାଣ ବର୍ଷା ଓ ଭୂସ୍ଖଳନ ଭୟଙ୍କର ସ୍ଥିତି ସୃଷ୍ଟି କରିଛି।

ବାଦଲଫଟା ବର୍ଷା, ଅଚାନକ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଆଜି ଉଭୟ ରାଜ୍ୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଯାଇଛି ଏବଂ ଅନେକ ନିଖୋଜ ଅଛନ୍ତି। ଅଚାନକ ବନ୍ୟାରେ ଉତ୍ତରାଖଣ୍ଡର ବାଗେଶ୍ବରରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ନିଖୋଜ ଅଛନ୍ତି। ରାଜ୍ୟରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ମଧ୍ୟରେ ରହିଛି ରୁଦ୍ରପ୍ରୟାଗ ଓ ଚାମୋଲି। ବାଦଲଫଟା ବର୍ଷା ଯୋଗୁଁ ଏଠାରେ ଅନେକ ଘର ପୋତି ହୋଇଯାଇଛି । ଦେୱଲର ମୋପଟା ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଦ୍ବାରା ଜଣଙ୍କ ଘର ଭସାଇ ନେଇଛି। ଏହି ଘଟଣାରେ ୨ ଜଣ ନିଖୋଜ ଅଛନ୍ତି ଏବ ଜଣେ ଆହତ ହୋଇଛନ୍ତି । କିଛି ସ୍ଥାନରେ ବାଦଲଫଟା ବର୍ଷା ଆଜି ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ।

Severe weather conditions in Uttarakhand

ରୁଦ୍ରପ୍ରୟାଗ ଜିଲ୍ଲାରେ ୬ ଜଣ ନିଖୋଜ ଅଛନ୍ତି। ଅଳକାନନ୍ଦା ଏବଂ ମନ୍ଦାକିନୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଶୁକ୍ରବାର ସକାଳ ସୁଦ୍ଧା ରୁଦ୍ରପ୍ରୟାଗ ଜିଲ୍ଲାର ଅଳକାନନ୍ଦା ନଦୀ ବିପଦ ସଙ୍କେତ ଅତିକ୍ରମ କରିଛି। ଏହାଦ୍ବାରା ବନ୍ୟା ପରି ସ୍ଥିତି ସୃଷ୍ଟି ହୋଇଛି। ବାସୁକେଦାର ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁଁ ଏକ ଘର ଭାସି ଯାଇଛି ଏବଂ କିଛି ଲୋକ ନିଖୋଜ ହୋଇଯାଇଛନ୍ତି ।

ଅନ୍ୟପକ୍ଷେ ହିମାଚଳପ୍ରଦେଶର ଚାମ୍ବା ଜିଲ୍ଲାରେ ଲଗାଣ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ପ୍ରସିଦ୍ଧ ମଣିମହେଶ ଯାତ୍ରା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଚାମ୍ବାର ଭାରମୌରରେ ଭୂସ୍ଖଳନ ହୋଇ ମଣିମହେଶ ଯାତ୍ରାରେ ସାମିଲ ଥିବା ୧୧ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପଞ୍ଜାବର ହୋଇଥିବାବେଳେ ଜଣେ ଉତ୍ତରପ୍ରଦେଶର ଏବଂ ୫ ଜଣ ଚାମ୍ବାର। ଅନ୍ୟ ୨ ଜଣଙ୍କୁ ଏଯାବତ ଚିହ୍ନଟ କରାଯାଇପାରିନାହିଁ। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ମଧ୍ୟ ମଣିମହେଶ ଯାତ୍ରା ସମୟରେ ୭ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ୯ ଜଣ ନିଖୋଜ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+