ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ନେଲା ଜୀବନ , ସୂଚନା ଦେଲେ ମନ୍ତ୍ରୀ
ଅଂଶୁଘାତ ନେଲା ଜୀବନ। ଗ୍ରୀଷ୍ମ ପ୍ରବାହରେ ମୃତ୍ୟୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ବଲାଙ୍ଗିରରେ ଜଣଙ୍କ ସମ୍ଭାବ୍ୟ ମୃତ୍ୟୁ ହୋଇଥିବା ରିପୋର୍ଟ ଆସିଛି' । ଅନ୍ୟ କୌଣସି ଜିଲ୍ଲାରେ ମୃତ୍ୟୁ ନେଇ ଖବର ଆସିନାହିଁ' । ଜିରୋ କାଜୁଆଲିଟିକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଅସହ୍ୟ ତାତିରେ ଆଉଟୁପାଉଟୁ ଜନଜୀବନ । ପ୍ରବଳ ଗରମ ସାଙ୍ଗକୁ କଲବଲ କରୁଛି ଗୁଳୁଗୁଳି । ଘରୁ ବାହାରିବା ଅସମ୍ଭବ ହୋଇପଡୁଛି । ଦିନ ୧୧ଟା ୩୦ ସୁଦ୍ଧା ସମ୍ବଲପୁର ସବୁଠୁ ଉତ୍ତପ୍ତ । ତାପମାତ୍ରା ୩୮.୬ ଡିଗ୍ରୀ ରେକର୍ଡ କରାଯାଇଛି । ହୀରାକୁଦ ୩୭.୬, ଭୁବନେଶ୍ବର ୩୭.୬, ଚାନ୍ଦବାଲି ୩୬.୮, ଝାରସୁଗୁଡ଼ା ୩୬.୬ ଓ ରାଉରକେଲା ଏବଂ ବାଲେଶ୍ବରରେ ପାରଦ ୩୫ ଛୁଇଁଛି । ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଜାରି ରହିଛି । ଉଚ୍ଚ ଆଦ୍ରତା ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶା ତୁଳନାରେ ଉପକୂଳ ଓଡ଼ିଶାରେ କମ ତାପମାତ୍ରା ସତ୍ତ୍ବେ ତାପ ସୂଚକାଙ୍କ ଅଧିକ ରହିଛି । ସପ୍ତାହେ ଯାଏ ଦିନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।
ସେହିପରି ସକାଳୁ ସକାଳୁ ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ଶୁକ୍ରବାର ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ୩୨.୮ଡିଗ୍ରୀ ରେକର୍ଡ ହୋଇଥିଲା । ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗଳି ଅନୁଭୂତ ହେଉଛି ।












Click it and Unblock the Notifications